ଦୀପ୍ତିପୁର ଟିଏମସି ଓ ବସଷ୍ଟାଣ୍ଡକୁ ବିଶୋଧକ ସିଞ୍ଚନ କରାଗଲା ।

0 474

ପଦ୍ମପୁର,୧୫/୦୭(ପିପିଟି); ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦୀପ୍ତିପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟାଲ ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ଟିଏମସି ଅଞ୍ଚଳକୁ ପ୍ରଶାସନ ତରଫରୁ ସାନିଟାଇଜ କରାଯାଇଛି । ଟିଏମସି ସହିତ ସଂଲଗ୍ନ ଥିବା ଦୀପ୍ତିପୁର ବସଷ୍ଟାଣ୍ଡକୁ ମଧ୍ୟ ପଦ୍ମପୁର ଦମକଳ ବାହିନୀ ଦ୍ୱାରା ସାନିଟାଇଜ କରାଯାଇଛି । ଟିଏମସିରେ ବାସକରିଥିବା ଜୈନେକ ବାଳିକାର ପଜେଟିଭ ରିପୋର୍ଟ  ଆସିବା ପରେ ଅଧିକ ସଂକ୍ରମଣ ଆଶଙ୍କାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇଥିବା ଟାଲ ସରପଞ୍ଚ ସୌକିଲାଲ ସେଟ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦୀପ୍ତିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଟାଲ ପଞ୍ଚାୟତ ତରଫରୁ ଟିଏମସି(ଅସ୍ଥାୟୀ ଚିକିତ୍ସା ଶିବିର) ଭାବେ ବ୍ୟବହାର କରାଯାଉଛି । କନସିଂହା ପଞ୍ଚାୟତ  ଟିଏମସିରୁ ଦୀପ୍ତିପୁର ଟିଏମସିକୁ ସ୍ଥାନାନ୍ତରିତ ହୋଇଥିବା କେତେକ ଅନ୍ତେବାସୀଙ୍କ ମଧ୍ୟରୁ ଜୈନେକ ବାଳିକାର ନମୁନାରେ ପଜିଟିଭ ଟିପୋର୍ଟ  ସୋମବାର ସକାଳେ ଆସିଥିଲା । ପ୍ରଶାସନ ତରଫରୁ ବାଳିକା ଜଣକୁ ଚିକିତ୍ସା ପାଇଁ ବରଗଡ କୋଭିଡ ସେଣ୍ଟର ପଠାଇବା ସହ ଜିଲ୍ଳାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ରାତ୍ରରୁ ଟିଏମସି ଅଂଚଳକୁ ନିଷିିଧାଞ୍ଚଳ ଏବଂ ଟିଏମସି ବାଉଣ୍ଡ୍ରିକୁ ଚାରିପଟରୁ ଲାଗିଥିବା ମିସନାରୀ ଡାକ୍ତରଖାନା, ଖେଳପଡିଆ, ମିସନାରୀ ଗୀର୍ଜା ଘର ଆଦିକୁ ବଫର ଜୋନ ଭାବେ ଘୋଷଣା କରାଯାଇଥିଲା । ଆମେ ନିଜେ ନିଜକୁ ଯଦି ସଜାଗ ନହେବା ତେବେ ପରିସ୍ଥିତି ଅଣାୟତ ହୋଇଯିବ ଏଣୁ ପଦାକୁ ବାହାରିବା ସମୟରେ ସାମାଜିକ ଦୂରତା ସାଙ୍ଗକୁ ମାସ୍କ  ପରିଧାନ କରିବାକୁ ସରପଞ୍ଚ  ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.