ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ବୈଠକ

0 440

ଦିଗପହଣ୍ଡି ,୧୭/୬ (ପିପିଟି); ଦିଗପହଣ୍ଡି କୋର୍ଟରେ କାର୍ଯ୍ୟରତ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମାନଙ୍କ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଆୟୋଜିତ ବୈଠକଟିରେ ରାଜ୍ଯ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ପ୍ରକାରେ ଅନ୍ତରିଣ  କମିଟି ଚୟନ କରାଯାଇ ପରଷଦଙ୍କୁ ପଠାଯାଇଥିଲେ ମଧ୍ୟ ଆଜିଯାଏଁ କୌଣସି ପରବର୍ତି ଆଦେଶ ଆସିନଥିବାରୁ ଆଜି ପୁଣି ନିବେଦନ କରାଯାଇ ପତ୍ର ପଠାଇବାକୁ ସଂଘ ନିଷ୍ପତ୍ତି ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଓକିଲ ଲକ୍ଷ୍ମୀନାରାୟଣ ପାଢ଼ୀଙ୍କୁ ମନୋନିତ କରାଯିବା ସହିତ ପୂର୍ବରୁ ଚୟନ ହୋଇଥିବା ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟରୁ ଅପସାରଣ କରିବାକୁ ଅନୁରୋଧ କରାଯାଇଥିଲା । ସେହିପରି ଖେମୁଣ୍ଡି ଓକିଲ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଭୂତପୂର୍ବ ସଭାପତି ହୃଦୟରଂଜନ ମେକାପଙ୍କୁ ଅନ୍ତରିଣ କମିଟିର ଅଧ୍ଯକ୍ଷ ଚୟନ କରାଯିବା ସହିତ ସଂପାଦକ ସଦସ୍ୟ ଭାବେ ହେମନ୍ତ କୁମାର ପାଣିଗ୍ରାହୀ ଏବଂ ରଂଜନ କୁମାର ବେହେରାଙ୍କୁ ସଂଘର ପରବର୍ତ୍ତୀ  ନିର୍ବାଚନ ଯାଏଁ ଅନ୍ତରିଣ କମିଟି ନେଇ ପରିଷଦ ଜଣାଇବାକୁ ଅନୁରୋଧ କରାଯାଇଥିଲା । ଆୟୋଜିତ ବୈଠକଟିରେ ସଂଘର ସଦସ୍ୟ ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ, ଏ. ସୋମେଶ୍ୱର ରାଓ, ଚନ୍ଦ୍ରଧ୍ବଜ ସିଂହ, ପରେଶ ଚନ୍ଦ୍ର ରଥ, ପ୍ରଦୀପ କୁମାର ନାୟକ, ନକୁଳ ପ୍ରଧାନ, ପ୍ରଦୀପ କୁମାର ମହାପାତ୍ର, ରତ୍ନାକର ମେକାପ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରୀୟରଂଜନ ପଟ୍ଟନାୟକ, ସୀମାଞ୍ଚଳ ପ୍ରଧାନ, ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ପଣ୍ଡା, କୁରେଷୁ ପଣ୍ଡା, ଗିରିଜା ନନ୍ଦନ ମେକାପ, ଗଜାନନ ତ୍ରିପାଠୀ, ଟୁକୁନା ପ୍ରଧାନ, ତବତିଆ ଡ଼ାକୁଆ, ସଂଯୟ କୁମାର ପଣ୍ଡା, ସୁକାନ୍ତ ପ୍ରଧାନ, କିଶୋର କୁମାର ଗୌଡ଼, ପ୍ରମୋଦ କୁମାର ପାଣିଗ୍ରାହୀ, ବିପିନ ବିହାରୀ ପଟ୍ଟନାୟକ, ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ସଂଘର ସଦସ୍ୟ ଉପସ୍ଥିତ ଥିଲେ । ଆୟୋଜିତ ବୈଠକରେ ସଂଘର ପୂର୍ବତନ ସଭାପତି ସଂପାଦକ ଅନ୍ତରିଣ କମିଟି ଚୟନ ପ୍ରକ୍ରିୟାକୁ ଅନ୍ଧାରରେ ରଖୁଥିବା ନେଇ ଅଭିଯୋଗ ହୋଇଥିଲା  ଏହି ମର୍ମରେ ରାଜ୍ଯ ଆଇନଜୀବୀ ପରିଷଦଙ୍କ ପତ୍ର ଦ୍ବାରା ଅନୁରୋଧ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.