ଦଶପଲ୍ଲାର ମାଳିସାହି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 218

ନୟାଗଡ,୨୭/୧୦(ପିପିଟି): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମାଳିସାହି ଗ୍ରାମରେ କିଛି ଛୋଟ ଛୋଟ ପିଲାଙ୍କ ସହିତ ଗ୍ରାମରେ ଥିବା ମହିଳା ମାନଙ୍କୁ ନେଇ ନିଜେ ବଞ୍ଚିବା ସହିତ ପ୍ରକୃତି କୁ ବଞ୍ଚାଇବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟିଲୋର ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି କି ଗଛର ସାର ଆମେ ସବୁ ମନୁଷ୍ୟ । ନିଜର ନାମ ଅନୁସାରେ ଜିଲ୍ଲାର ପ୍ରେତ୍ୟେକଟି ଜାଗାକୁ ଯାଇ ବୃକ୍ଷ ରୋପଣ କରାଇବା ସହିତ ଚିତ୍ର ମାଧ୍ୟମରେ ସଚେତନ କରି ମଣିଷ ସମାଜ ପ୍ରତି ଗଛର ଭୂମିକା ସମ୍ବନ୍ଧରେ ଆଲୋଚନା କରାଇଥିଲେ । ସୂଚନା ଅନୁଯାୟୀ ସେ ବର୍ତ୍ତମାନ ନିଜର ସମ୍ପୂର୍ଣ ସମୟ ପରିବେଶର ସୁରକ୍ଷା ପାଇଁ ଗାଁରୁ ଗାଁ ବୁଲି ଅତିବାହିତ କରୁଛନ୍ତି । ଲୋକମାନେ ଏହିଭଳି ନିଆରା ସମାଜ ସେବୀଙ୍କ ବାର୍ତ୍ତା ନେଇ ସଚେତନ ହେବା ସହିତ ପ୍ରକୃତିକୁ ସୁରକ୍ଷା ଦେବା ଦିଗରେ ଆଗେଇବା ସହିତ ଅନ୍ୟକୁ ମଧ୍ୟ ସଚେତନ କରିବେ ବୋଲି ପ୍ରତିଶୃତି ଦେଇଥିବାର ସୂଚନା ମିଳିଛି ।

(ରିପୋର୍ଟ- ଜିତେନ୍ଦ୍ର ମହାପାତ୍ର ।)

Leave A Reply

Your email address will not be published.