ସାନଖେମୁଣ୍ଡି,୦୧/୧୧(ପିପିଟି): କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ ମହିଳା ଜନତା ଦଳ ସାନଖେମୁଣ୍ଡି ର କମ୍ପନ ସୃଷ୍ଟି ଅହେତୁକ ଦରଦାମ ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମନମୁଖି ଶାସନ ତଥା ଅହେତୁକ ପେଟ୍ରୋଲ ଡିଜେଲ ଠୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ଯେମିତି ଖାଇବା ତେଲ,ଡାଲି,ରନ୍ଧନ ଗ୍ୟାସ ଏପରି କି ଔଷଧ ପତ୍ରର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି । ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇ ସାରିଛି । ଏହାର ପ୍ରତିବାଦରେ ଆଜି ବିଜୁ ମହିଳା ଜନତାଦଳ ପକ୍ଷରୁ ପାଟପୁର ଗାନ୍ଧୀ ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀ , ସାନଖେମୁଣ୍ଡି ବ୍ଲକ୍ ବିଜୁ ମହିଳା ଜନତା ଦଳର ସଭାପତି ମମତା ପ୍ରଧାନ,ଗଞ୍ଜାମ ଜିଲ୍ଲାର ବିଜୁ ମହିଳା ଜନତା ଦଳର ଉପସଭାପତି ସର୍ମିଷ୍ଟା ରାଉତ,ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳର ସମ୍ପାଦକ ଲିଙ୍କି ପାତ୍ର , ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳର ସମ୍ପାଦକ ସୁଲତାରାଣୀ ସ୍ୱାଇଁ , ଗଞ୍ଜାମ ଜିଲ୍ଲାର ବିଜୁ ମହିଳା ଜନତା ଦଳର ଡିଜିଟାଲ ସମ୍ପାଦକ ବନିତା ନାୟକ, ଖଲିଙ୍ଗି ସରପଞ୍ଚ ମଧୁସ୍ମିତା ରାଉତ ଉପସ୍ଥିତିରେ ସମସ୍ତ ସଭାପତି କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ବରେ ଶତାଧିକ ମହିଳା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିଫଳତାକୁ ପାଥେୟ କରି ବିଭିନ୍ନ ସ୍ଳୋଗାନ ମାନ ଦେଇ ସାନଖେମୁଣ୍ଡି ଗୋଷ୍ଠି ଉନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )