ତିନିଦିନ ଧରି ପୌରପରିଷଦ କର୍ମଚାରୀ ବାଣ୍ଟୁଛନ୍ତି ଭତ୍ତା।

0 269

ରାୟଗଡା,୧୯/୦୮(ପିପିଟି); ଗୁଣପୁର ପୌରପରିଷଦ ପକ୍ଷରୁ କବିଡ଼-୧୯କୁ ଦୃଷ୍ଟିରେ ରଖି ଗାଁ କୁ ଗାଁ ବୁଲି ହିତାଧିକାରୀଙ୍କୁ ବାଣ୍ଟୁଛନ୍ତି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା। ଆଗରୁ ପୌରପରିଷଦ ଅଧୀନରେ ଥିବା ଦୂର ଦୁରନ୍ତ ଗ୍ରାମର ହିତାଧିକାରୀ ଗୁଣପୁର ପୌରପରିଷଦ କାର୍ଯ୍ୟାଳୟକୁ ଆସି ଭତ୍ତା ନେଉଥିଲେ। ମାତ୍ର କରନା ପରଠାରୁ ହିତାଧିକାରୀ ମନେ ଆଉ ପୌରପରିଷଦ କାର୍ଯ୍ୟାଳୟକୁ ଯାଉନାହାଁନ୍ତି। ପୌରପରିଷଦର କର୍ମଚାରୀ ମାନେ ଗାଁ କୁ ଗାଁ ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରି ଘରକୁ ଘରକୁ ବୁଲି ଭତ୍ତା ବାଣ୍ଟୁଛନ୍ତି,ଫଳରେ ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ଏବଂ ବିଧବା ମନେ ଉପକୃତ ହେଉଛନ୍ତି। କରୋନା କଟକଣା ଯୋଗୁଁ କୌଣସି ଯାନ ବାହନ ନଥିବାରୁ ସେମାନଙ୍କୁ ଚାଲି ଚାଲି ଯାଇ ପୌରପରିଷଦ କାର୍ଯ୍ୟାଳୟରୁ ଭତ୍ତା ଆଣିଥାନ୍ତେ, ମାତ୍ର କର୍ମଚାରୀ ମାନେ ସେମାନଙ୍କ ଘରେ ପହଞ୍ଚାଇଦେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ନୂତନ ହିତାଧିକାରୀଙ୍କ କ୍ଷେତ୍ରରେ ତାହା ହୋଇନି କାରଣ ପୌରପରିଷଦ କାର୍ଯ୍ୟାଳୟ ରେ ନାମ ପଞ୍ଜିକରଣ ପରେ ସେମାନଙ୍କୁ ମଧ୍ୟ ଘରକୁ ଯାଇ ପେନସନ ଦିଆଯିବ ବୋଲି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ରିପୋର୍ଟ – ନବୀନ ନାୟକ ବେହେରା ।

Leave A Reply

Your email address will not be published.