ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟରେ ସୁରତରୁ ଆସିଥିବା ୫୬ଜଣ କ୍ବାରେଣ୍ଟାଇନ ରେ ରହିଲେ ।

0 1,065

ଶେରଗଡ,(ପିପିଟି)୦୨/୦୫ଶେରଗଡ଼ ବ୍ଲକ କୁ ଶନିବାର ଅପରାହ୍ନ ୩ଟା ବେଳେ ସୁରତରୁ ପୁଣି ଏକ ବସ ଆସି ପହଞ୍ଚିଛନ୍ତି।ଉକ୍ତ ଗାଡ଼ିରେ ୫୬ଜଣ ଯାତ୍ରୀଙ୍କୁ ଶେରଗଡ଼ ନିକଟସ୍ଥ ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟ ରେ ରଖାଯାଇଛି।ଉକ୍ତ ୫୬ ଜଣ ଙ୍କୁ ମିଶାଇ ବ୍ଲକରେ ମୋଟ ୧୬୭ଜଣ ସୁରତ ଫେରନ୍ତା କ୍ବାରେଣ୍ଟାଇନ୍ ରେ ରହିଲେ। ଯାତ୍ରୀ ମାନେ ତାକରଡା ପହଞ୍ଚିବା ପରେ ଏକ ସ୍ୱାସ୍ଥ୍ୟ ଟିମ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରା ଯାଇଛି।ଉକ୍ତ ୫୬ଜଣ ଙ୍କୁ ୧୪ଦିନ କ୍ବାରେଣ୍ଟାଇନ ରେ ରଖାଯାଇଛି।ରାତ୍ରିରେ  ଆଉ ଦୁଇଟି ବସ ଯୋଗେ ଶେରଗଡ଼ ରେ ପହଞ୍ଚିବେ।ସେମାନଙ୍କୁ ଧନନ୍ତର ଉଚ୍ଚ ବିଦ୍ୟାଳୟ ଓ ମାଁ କାଳୀ ଉଚ୍ଚ ବିଦ୍ୟାଳୟ ରେ ରଖାଯିବ ବୋଲି  ପ୍ରଶାସନ ସୂତ୍ରରୁ ପ୍ରକାଶ। ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ସୁପରଭାଇଜର ମନୋଜ କୁମାର ନାହାକ,ପି.ପଞ୍ଚମା ସମେତ ବହୁ ବ୍ୟକ୍ତି ପରିଚାଳନାରେ ଥିଲେ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.