ରାମନାଗୁଡା,(ପିପିଟି)୦୧/୦୫, ଲକ୍ ଡାଉନରେ ତମାଖୁ ଜାତୀୟ ଦ୍ରବ୍ୟର ମାତ୍ରାଧିକ କଳାବଜାରୀ କରି ମାଲେମାଲ ହେଉଛନ୍ତି ଦୋକାନୀ।ସୂଚନା ମୁତାବକ ରାମନାଗୁଡା ଓ ଗୁଣୁପୁର ସହର ସମେତ ବିଭିନ୍ନ ସ୍ଥାନରେ ତମାଖୁ ଦ୍ରବ୍ୟର ସାମଗ୍ରୀ ବିଭିନ୍ନ ଦୋକାନୀ ଚଢାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ସରକାର ବିଭିନ୍ନ ଜନଗହଳି ସ୍ଥାନରେ ଛେପ ପକାଇବା ଉପରେ ନିଦ୍ଧେଶନାମା ଜାରି କରିଥିବା ବେଳେ ଅନ୍ୟପଟରେ ବିଭିନ୍ନ ତମାଖୁ ସାମଗ୍ରୀ ଗୁଟଖା,ଭାଙ୍ଗ,ନାସ,ସିଗାରେଟ ଆଦି ଚଢାଦରରେ ବିକ୍ରି ହେଉଥିବା ବେଳେ ଏନେଇ ସମ୍ପୂର୍ଣ୍ଣ ତମାଖୁ ସାମଗ୍ରୀ ବିକ୍ରି କରାଯିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି ହୋଇଥିଲା ବେଳେ ଗୁଣୁପୁର ସହ ରାମନାଗୁଡା ଅଞ୍ଚଳରେ ଏହାର ବ୍ୟତିକ୍ରମ ଘଟିଥିବା ପରିଲକ୍ଷିତ ହୋଇଛି। ଲକ୍ ଡାଉନ ସମୟରେ ମହାମାରୀ କରୋନା ଦୃଷ୍ଟିରେ ରଖି ଏହାକୁ ନିଷେଧ କରାଯାଇଥିବା ବେଳେ ଏହାକୁ ରୋକିବା ଦିଗରେ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।ସେହିପରି ଗୋଟା ଭାଙ୍ଗ ପ୍ରତି ୪ରୁ ୫ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସମୟରେ ଏହାର ଦର ୫୦ଟଙ୍କା ବିକ୍ରି କରାଯାଉଥିବା ବେଳେ ବିଭିନ୍ନ ଗୁଟଖା ଆଦି ଚଢାଦରରେ ବିକ୍ରି କରାଯାଉଥିବା ଜଣାପଡିଛି। ସେହିପରି ବିଭିନ୍ନ ଦୋକାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଦୋକାନୀ ମାନେ ଚଢାଦରରେ ବିକ୍ରି କରୁଥିବା ବେଳେ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଖାଉଟି।ଅନ୍ୟ ପକ୍ଷରେ ଲକ୍ ଡାଉନରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ପ୍ରଯ୍ୟାପ୍ତ ପରିମାଣରେ ଗୁଟଖା ବିକ୍ରି ପ୍ରତି ପ୍ରଶାସନ ପକ୍ଷରୁ ରୋକିବା ଦିଗରେ କୈଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଅନ୍ୟପକ୍ଷରେ ଗତକାଲି ଗୁଣୁପୁର ପୋଲିସ ପକ୍ଷରୁ ଗୁଣୁପୁର ଏସଡିପିଓ ରାଜକିଶୋର ଦାଶଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ୮ଲକ୍ଷଟଙ୍କାର ଟଙ୍କା ଗୁଟଖା ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।