ଭଞ୍ଜନଗର,୨୦/୦୧(ପିପିଟି): ସଂଯୁକ୍ତ କୃଷକ ମୋର୍ଚ୍ଚା ଭଞ୍ଜନଗର ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପି ଢ଼ିଙ୍କିଆ ସଂହତି ଦିବସ ଅବସରରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ୧୪ ଜାନୁଆରୀ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସ ବର୍ବରୋଚିତ ଆକ୍ରମଣ ଓ ନିର୍ମମ ଲାଠି ଚାଳନା କଠୋର ଭାଷାରେ ନିନ୍ଦା କରିବା ସହ ଜୀବନ, ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ଢ଼ିଙ୍କିଆ ଗ୍ରାମବାସୀଙ୍କ ଦାବି ପ୍ରତି ସମ୍ମାନ ଦେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ଘଟଣାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ଯାଇଥିବା ପ୍ରତିନିଧି ମଣ୍ଡଳୀ ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ । ଏଭଳି ଏକ ସ୍ବର୍ଷକାତର ଘଟଣାରେ ମୁଖ୍ୟମନ୍ତ୍ରୀ, ଶିଶୁ ସୁରକ୍ଷା, ମହିଳା ସୁରକ୍ଷା, ଦଳିତଙ୍କ ସୁରକ୍ଷା ପାଇଁ ଥିବା କମିଶନରମାନେ ମଧ୍ୟ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁଃଖ ଦାୟକ । କମ୍ପାନୀ ପ୍ରତିଷ୍ଠା ପାଇଁଁ କଠୋର ନହୋଇ ଢ଼ିଙ୍କିଆ ଗ୍ରାମବାସୀ ଓ ରାଜ୍ୟ ବାସୀଙ୍କ ଭବିଷ୍ୟତ ପାଇଁ ଏହି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବା ପାଇଁ ମତ ଉପସ୍ଥାପନ କରିଥିଲେ ।
୧. ଢ଼ିଙ୍କିଆରେ ପୋଲିସ ଯେଉ ନିର୍ମମ ଲାଠି ପ୍ରହାର କରିଛି ତାହାର ଉଚ୍ଚ ନ୍ୟାୟଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରି ତଦନ୍ତ କରାଯାଉ ଏବଂ ଦମନଲୀଳାରେ ସଂପୃକ୍ତ ଅଫିସରମାନଙ୍କ ତୁରନ୍ତ ଗିରଫ
୨. ଢ଼ିଙ୍କିଆ ଚାରିଦେଶରୁ ପୁଲିସ ବଳକୁ ତୁର ହଟାଯାଉ, ଜିନ୍ଦଲ ପ୍ରକଳ୍ପକୁ ସଂପୂର୍ଣ ବାତିଲ କରି ଗ୍ରାମବାସୀଙ୍କ ଜୀବନ, ଜୀବିକା, ଭିଟାମାଟି ଓ ପରିବେଶର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ
୩.ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା ଓ ଭିଟାମାଟିରୁ ଉଛେଦକୁ ବନ୍ଦ କରିବା ୪. ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ଵାଇଁ, ମୂରଳୀଧର ସାହୁ ଏବଂ ନରେନ୍ଦ୍ର ମହାନ୍ତି ସମେତ ସମସ୍ତ ନେତା ଓ କର୍ମୀଙ୍କୁ ନିସର୍ତ୍ତ ଖଲାସ
୫. ନିଖୋଜ ହୋଇଥିବା ଗ୍ରମାବାସୀଙ୍କ ତଥ୍ୟ ସାର୍ବଜନୀନ ଓ ଆହତଙ୍କ ଚିକିତ୍ସା ପାଇଁ ସୁବନ୍ଦୋବସ୍ତ
୬. ଖାଦ୍ୟ ସଂକଟ ଓ ରୋଜଗାର ପାଇଁ ସଂଘର୍ଷ କରୁଥିବା ପରିବାରଙ୍କୁ ତୁରନ୍ତ ରିଲିଫ ଓ ଥାଇଥାନ ପ୍ୟାକେଜ ଘୋଷଣା
୭. ଜୀବିକା ବିପନ୍ନକାରୀ ଓ ପରିବେଶ ଧ୍ବଂସକାରୀ ଜିନ୍ଦଲ କମ୍ପାନୀ ପ୍ରତିଷ୍ଠା ବଦଳରେ କୃଷିଭିତିକ ଶିଳ୍ପ ଜନଗଣଙ୍କ ସହମତିରେ ପ୍ରତିଷ୍ଠା କରିବା ୮.ଜିନ୍ଦଲ କମ୍ପାନୀର ଗୁଣ୍ଡା ସାଜିଥିବା ଜଗତସିଂହପୁର ଏସ ପିଙ୍କୁ ସେଠାରୁ ତୁରନ୍ତ ହଟାଇବା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି । ଏହି ପ୍ରତିବାଦରେ ଅଖିଳ ଭାରତ କୃଷକ ସଭା ର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭା ର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ଶଶୀ ଗୈ।ଡ, ହରେକୃଷ୍ଣ ସାହୁ ଆଦି ଉପସ୍ଥିତ ଥିଲେ ।