ଡୁମାକୁମ୍ପା ହେଲା କଣ୍ଟେନମେଣ୍ଟ ଜୋନ ।

0 474

ଭଞ୍ଜନଗର,୦୪/୦୭(ପିପିଟି);  ଭଞ୍ଜନଗର ବ୍ଲକ ଡୁମାକୁମ୍ପା ପଞ୍ଚାୟତ ରେ ବହୁ ପ୍ରବାସୀ ଓଡିଆମାନେ ରହୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ଏହି ଗ୍ରାମରୁ ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲାପାଳଙ୍କୁ ଅବଗତ କରା ଯାଇଥିଲା।ଆଜି ନିର୍ଦ୍ଦେଶ ଆସିବା ପରେ ଡୁମାକୁମ୍ପା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଏବଂ ଏହା ଆଖ ପାଖରେ ଥିବା ଆଖୁ ପଦର,ଗୁଡ଼ି ପଦର ଓ ଶାର୍ଦ୍ଦୁଳ ଗ୍ରାମକୁ ବଫର ଜୋନ ଘୋଷଣା କରାଯାଇଛି ଏବଂ ସମସ୍ତ ରାସ୍ତାଘାଟକୁ ସିଲ କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.