ଟ୍ରକ ମାଲିକ ସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ।

0 51

ପଦ୍ମପୁର,(ପିପିଟି ନ୍ଯୁଜ୍)୨୪/୦୪:- ପ୍ରାୟତଃ ଆମ ରାଜ୍ୟ ହେଉ ବା ବରଗଡ ଜିଲ୍ଲାର ପଦ୍ମପୁର ରେ ପ୍ରାକୃତିକ ବିପର୍ଯୟ ବେଳେ ରାଜବୋଡାସମ୍ବର ଟ୍ରକ ମାଲିକ ସଂଘ ସଦା ସର୍ବଦା ଆଗଭର ହୋଇ ନିରିହ ଲୋକଙ୍କ ଦୁର୍ଦିନ ସମୟ ରେ ସାହାଯ୍ୟର ହାତ ବଢ଼େଇଥାଆନ୍ତି । ସାରା ରାଜ୍ୟ ରେ କରୋନା ସକାଶେ ସଂପୂର୍ଣ ତାଲାବନ୍ଦ ସାଙ୍ଗକୁ ଲୋକେ ପଦାକୁ ବାହାରୁ ନାହାନ୍ତି । ଏଭଳି ସ୍ଥିତି ରେ ନିରିହ ଦିନ ମଜୁରିଆ ତଥା ମଧ୍ୟବିତ୍ତ ପରିବାର ବହୁକଷ୍ଟ ରେ ଚଳୁଥିବା ହୃଦୟଙ୍ଗମ କରି ଆଜି ରାଜବୋଡାସମ୍ବର ଟ୍ରକ ମାଲିକ ସଂଘ ତରଫରୁ ପଦ୍ମପୁର ସହରର ପାଞ୍ଚ ଶହ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ଚାଉଳ,ଡାଲି,ଚିନି,ଚୁଡା,ଆଳୁ ଓ ପିଆଜ ବଣ୍ଟନ କରାଯାଇଛିା ଏ ଅବସରରେ  ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବର୍ତମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଂଜନ ସିଂ ବରିହା ଯୋଗ ଦେଇ ଲୋକଙ୍କୁ କରୋନାଉପରେ ସଚେତନତା ବାର୍ତ୍ତା ଦେବା ସହ ନିଜ ହାତରେ ଶୁଖିଲା ଖାଦ୍ୟ ବାଣ୍ଟି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୋଡାସମ୍ବର ମାଲିକ ସଂଘର ସଂପାଦକ ହେମନ୍ତ ପଟ୍ଟନାୟକ,ସୁରେଶ ଅଗ୍ରୱାଲ,ରମେଶ ଅଗ୍ରୱାଲ,ମନିଷ ମିଶ୍ର ,ବାବୁଲୁ ସିଂ,ପ୍ରକାଶ ଦୋରା ପ୍ରମୁଖ ସଦସ୍ୟ ମାନେ ମିଳିମିଶି ନିସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏଭଳି ସ୍ୱାଗତଯୋଗ୍ୟ ପଦକ୍ଷେପକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.