ଫୁଲବାଣୀ,୧୩/୦୭(ପିପିଟି); କନ୍ଧମାଳ ଜିଲ୍ଲାରୁ ପଠାଯାଇଥିବା ନମୁନା ମଧ୍ୟରୁ ଗତକାଲି ୬ଜଣଙ୍କ ପଜିଟିଭ ମିଳିଥିବା ଜଣାପଡିଛି ।ସଂକ୍ରାମିତ ମାନଙ୍କ ମଧ୍ୟରୁ ୫ଜଣ ପୁରଷ ଓ ଜଣେ ମହିଳା ଅଟନ୍ତି ।ସେମାନଙ୍କ ମଧ୍ୟରୁ ୫ଜଣ ଟିକାବାଲିର ହୋଇଥିବା ବେଳେ ଅନ୍ୟ ଜଣେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସଂକ୍ରାମିତ ଙ୍କ ସଂସ୍ପର୍ଷରେ ଆସି ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତଙ୍କ ବୟସ ୧୦ ରୁ ୫୩ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଟିକାବାଲି ଅଞ୍ଚଳର ୫ଜଣଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଲୋକାଲ କେକାଲ୍ କେସ୍ ହୋଇଥିବାରୁ ଟିକାବାଲି ବଜାର ସମେତ ତା’ର ଆଖପାଖର ୧୭ଟି କଲୋନି/ସାହିକୁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଥିବା ବେଳେ ଏହି ଅଞ୍ଚଳ ଗୁଡିକୁ ଲାଗିଥିବା ୧୦ଟି ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି । ଏଥି ସହିତ କନ୍ଧମାଳ ଜିଲ୍ଲାର ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଅବଶିଷ୍ଟ ୧୪ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାବାସୀଙ୍କୁ ଆତଙ୍କିତ ନ ହୋଇ କୋଭିଡ୍ – ୧୯ ସମ୍ପର୍କୀତ ସମସ୍ତ ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି । ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାର୍ଯ୍ୟରେ ବାହିରିବା ବେଳେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ଘରକୁ ଫେରିଲେ ଭଲଭାବରେ ହାତକୁ ଧୁଅନ୍ତୁ । ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ । ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କ ସୁରକ୍ଷା ଚିନ୍ତା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।
Next Post