ଝଡତୋଫାନରେ ଭାଙ୍ଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ନ ହେବାରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ, ଗ୍ରାମବାସୀ ପାଣି ପାଇଁ ହାହାକାର ।

0 29

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୭/୦୫,  ଗତ କିଛିଦିନ ତଳେ ହୋଇଯାଇଥିବା ଝଡତୋଫାନରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ବିଦ୍ୟୁତ ଟ୍ରାନ୍ସଫର୍ମର ଭାଙ୍ଗିଯିବାରୁ ଦୀର୍ଘ ୧୨ଦିନ ହେବ ଜଳ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।ଫଳରେ ପ୍ରାୟ ତିନି ଖଣ୍ଡ ଗ୍ରାମର ଜନସାଧାରଣ ପାଣି ଟୋପାଏ ପାଇଁ ବହୁ ଆସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ସୂଚନା ଅନୁସାରେ ପ୍ରାୟ ଏକ ହଜାର ଜଣ ସାଧରଙ୍କୁ ବିଶୁଦ୍ଧ ପାନୀୟ ଜଳ ସୁବିଧା ନିମନ୍ତେ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।କିନ୍ତୁ ଗତ ୧୨ତାରିଖରେ ହୋଇଥିବା ଝଡତୋଫାନ ରେ ଉକ୍ତ ଜଳ ଯୋଗାଣ ପ୍ରକଳ୍ପ ର ବିଦ୍ୟୁତ ଟ୍ରାନ୍ସଫର୍ମର ଟି ସମ୍ପୂର୍ଣ୍ଣ ଉପୁଡି ଭାଙ୍ଗି ଯାଇଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।ଯାହା ଫଳରେ ଗ୍ରାମକୁ  ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକି ମିଳିଛି ।ଏବେ ଖରାର ପ୍ରକୋପ ବଢି ବଢି ଚାଲିଥିବା ବେଳେ ଲୋକେ ପ୍ରଚଣ୍ଡ ଖରାରେ ଗାଁରେ ଥିବା ଦୁଇଟି ନଳକୂପ ଉପରେ ନିର୍ଭର କରୁଛନ୍ତି ।ଯାହା କି ସେଥିରୁ ଲାଲ ପାଣି ବାହାରୁଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ ।ଫଳରେ ଗ୍ରାମବାସୀ ଜନାଳ,ପୋଖରୀ, ଚୁଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।ଯାହା ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଇପାରେ ।ତେବେ ସମସ୍ୟା ପ୍ରତି ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ।ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରି ଅଚଳ ପ୍ରକଳ୍ପକୁ ସଚଳ କରିବାକୁ କ୍ଷେମାଲୋଏ ଗ୍ରାମବାସୀ ଦାବି କରିଛନ୍ତି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।Attachments area

Leave A Reply

Your email address will not be published.