ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ ।

0 387

ବ୍ରହ୍ମପୁର,(ପିପିଟି ନ୍ଯୁଜ୍) ୨୭/୦୫, ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ଲକ୍ ଡାଉନ୍ ସମୟରେ  ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ  ବଡ଼ ଡ଼ାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାର ରେ  ଷଷ୍ଠ ଥର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମୁକାବିଲା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ ରକ୍ତଦାତାଙ୍କ ସଂଖ୍ୟା ଓ ରକ୍ତାଦାନ ଶିବିର ମଧ୍ୟ କମିବାରେ ଲାଗିଛି । ଏଥି ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାର ରେ ଗ୍ରୁପ୍ ର ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରୁଛନ୍ତି । ନିରନ୍ତର ଭାବରେ  ଏହି କାର୍ଯ୍ୟକ୍ରମ ଲକ୍ ଡାଉନ୍ ସରିବା ପର୍ଯ୍ୟନ୍ତ ଜାରି ରହିବ । ଗତ ୫ ଥରରେ ଗ୍ରୁପ୍ ତରଫରୁ ୪୮ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ଆଜିମଧ୍ୟ ୧୧ ୟୁନିଟ୍ ସଂଗ୍ରହ ହୋଇଛି ।ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ ,ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ତତ୍ତ୍ୱାବଧାନରେ ସୌମ୍ୟକାନ୍ତ ମହାପାତ୍ର , ବିଭୁ ପ୍ରସାଦ ଠାକୁର , ପ୍ରଦୀପ କୁମାର ସାବତ , ସୀମାଦ୍ରୀ ପାତ୍ର , ରାଜ୍ କମଳ ସୁବୁଦ୍ଧି , ଲକ୍ଷ୍ମୀଧର ସାହୁ , କିରଣ କୁମାର ଆଚାରି , ଆଶିଷ୍ କୁମାର ମହାରଣା , ଯୋଗିରାମ ସ୍ୱାଇଁ , ସନ୍ତୋଷ ପାଣିଗ୍ରାହୀ , ବିଜୟକାନ୍ତ ରେଡି ରକ୍ତାଦାନ କରିଥିଲେ ।

Leave A Reply

Your email address will not be published.