ଜୁଆ ଆଡ୍ଡା ଉପରେ ଚଢ଼ାଉ,୩୨୯୭୦ ଟଙ୍କା, ତାସ୍,୫ ମୋବାଇଲ ଜବତ,୧୩ ଗିରଫ ।

0 161

ବେଲଗୁଣ୍ଠା,୧୨/୮(ପିପିଟି); ଗାଙ୍ଗପୁର ପୋଲିସ ୧୧ ତାରିଖ ଦିନ ସଂଧ୍ୟାରେ ପେଟ୍ରୋଲି କରୁଥିବା ବେଳେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୨୯୭୦ ଟଙ୍କା, ତାସ୍,୫ ଟି ମୋବାଇଲ ଜବତ କରିବା ସହ ୧୩ ଜଣକୁ ଗିରଫ କରିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ନିକଟ କେନାଲ୍ ପାଖରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୭ ଜଣକୁ ଗିରଫ କରିବା ସହ ୧୯୮୦୦ ଟଙ୍କା, ତାସ୍ ଏବଂ ୪ ଟି ମୋବାଇଲ ଜବତ କରିଛି ଏବଂ ୨୨୮/୨୦ରେ ଏକ ମାମଲା ରୁଜ୍ଜୁ କରିଛି । ସେହିପରି ଏହି ଥାନା ଅନ୍ତର୍ଗତ ନୁଆ ବୋରୀ ରାସ୍ତା କଡରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ୧୩୧୭୦ ଟଙ୍କା,ଗୋଟିଏ ମୋବାଇଲ, ତାସ୍ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ଏବଂ ୨୨୯/୨୦ରେ ଏକ ମାମଲା ରୁଜ୍ଜୁ କରିଥିବା ଗାଙ୍ଗପୁର ପୋଲିସ ସୁତ୍ରରୁ ଜଣାପଡିଛି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.