ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ; ନଗଦ ଟଙ୍କା, ମୋବାଇଲ୍, ତାସ୍ ଜବତ ସହ ସାତ ଗିରଫ ।

0 327

ବେଲଗୁଣ୍ଠା,୦୯/୦୮(ପିପିଟି);ଗାଙ୍ଗପୁର ପୋଲିସ୍ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍ ଏବଂ ତାସ୍ ଜବତ କରିଛି । ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ୍ ରବିବାର ସନ୍ଧ୍ୟା ୭ ଘଣ୍ଟ ସମୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ଉଚ୍ଚ ବିଦ୍ୟାଳୟ ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ୍ ସେଠାରୁ ୭ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୪୮,୧୭୦ ଟଙ୍କା, ସାତଟି ମୋବାଇଲ୍ ତାସ୍ ଏବଂ ପାଲି ମଧ୍ୟ ଜବତ କରିଛି । ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୩୪୦/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.