ବ୍ରହ୍ମପୁର, ୨୨/୧୨. ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ଆବାହକ ତଥା ମାନବ ସୁରକ୍ଷା ମଞ୍ଚର ଛତ୍ରପୁର ଉପଖଣ୍ଡସ୍ତରୀୟ ସଭାପତି ଗୁରୁଦେବ ବେହେରା ଓ ସହଯୋଗୀ ନାରାୟଣ ପ୍ରଧାନ IREL ର ମିଥ୍ୟାକେଶ ବଳରେ ଗତ ୧୬ ଡିସେମ୍ବର ୨୦୨୦ରେ ଅନ୍ୟାୟପୁର୍ଣ ଭାବେ ଗିରିଫ ହୋଇଥିଲେ । ଜିଲ୍ଲା ଏସପି କାର୍ଯ୍ୟାଳୟ ଘେରାଉ, ସି.ପି.ଆଇ(ଏମ୍ -ଏଲ୍) ରେଡଷ୍ଟାର ଏବଂ ରାଜ୍ୟର ସମସ୍ତ ଗଣ ସଂଗଠନ, ରାଜନୈତିକ ଦଳ, ମାନବବାଦୀ ଓ ସାମାଜିକ କର୍ମୀମାନଙ୍କ ପକ୍ଷରୁ ଦୃଢ ପ୍ରତିବାଦ ଯୋଗୁଁ ଆଜି ଛତ୍ରପୁର କାରାଗାରରୁ ସକାଳ ୭.୩୦ରେ ରିଲିଜ ହୋଇଛନ୍ତି । ସାଥୀ ଗୁରୁଦେବ ବେହେରା ଓ ସହଯୋଗୀ ସାଥି ନାରାୟଣ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆଜି ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ନେତା ଉଦୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବଡପୁଟୀ ଗ୍ରାମରେ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ଉପଦେଷ୍ଟା ଆଇନଜୀବି ଅବନୀ ଗୟା, ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଟାଟା ପ୍ରକଳ୍ପ ନାମରେ ଅଧିଗ୍ରହଣ ହୋଇଥିବା ଅବ୍ୟବହୃତ ଜମିକୁ ଜମି ମାଲିକଙ୍କୁ ଫେରସ୍ତ କରିବା, ସ୍ଥାନୀୟ ଅଞ୍ଚଳର ଜମିକୁ ବଳପୂର୍ବକ IREL ଦଖଲକୁ ନେଇଥିବା ଜମିକୁ ଘେରିମୁକ୍ତ କରି ଫେରସ୍ତ କରିବା, ସି.ଏସ.ଆର ନୀୟମ ଅନୁଯାୟୀ ମୈ।ଳିକ ଭିତ୍ତିଭୂମି ପ୍ରତିଷ୍ଠା କରିବା, ମାରାତ୍ମକ ବୃକକ ରୋଗ ସୃଷ୍ଟିକାରୀ ମୋନାଜାଇଟ ପ୍ଳାଣ୍ଟକୁ ବନ୍ଦ କରିବା ଆଦି ମୂଖ୍ୟ ସମସ୍ୟାକୁ ଉପସ୍ଥାପନ କରିଥିଲେ । ଏହାକୁ ମଞ୍ଚର ନେତା ଗୁରୁଦେବ ବେହେରାଙ୍କ ନେତୃତ୍ୱ ରେ ବ୍ୟାପକ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ପାରିତ ହୋଇଛି । ଋଷିକୂଲ୍ୟା ରୟତ ମହାସଭାର ବିଜୟ ସ୍ବାଇଁ, ଜନ ଜାଗରଣ ଅଭିଯାନର ମଧୂସୁଦନ, ଆଇନଜୀବି ସୁମା ଦାଶ, କଣମଣା ଗ୍ରାମପଞ୍ଚାୟତର ସଭାପତି ଉଦୟ ପ୍ରଧାନ, ଭଗବାନ ପ୍ରଧାନ, ବଂଧୁ ପ୍ରଧାନ, ଦଣ୍ଡୁ ପ୍ରଧାନ, ଅର୍ଜୁନ ବେହେରା, ପରମାନନ୍ଦ ମାହାରଣା, କ୍ରାନ୍ତି ଯୁବକ ସଂଗଠନ ଇଜୁ ଖାନ, ଇନ୍ଦୁ ପ୍ରଧାନ, ମୋହିନୀ ପ୍ରଧାନ ଆଦି ଉପସ୍ଥିତ ରହି ଗୁରୁଦେବଙ୍କ ସଂଘର୍ଷକୁ ପ୍ରଶଂସା କରିବା ସହ ସଂଗ୍ରାମୀ ଅଭିବାଦନ ଜଣାଇ ସଂଘର୍ଷ ବଳରେ ହିଁ ଜୀବନ ଜୀବିକା ପରିବେଶର ସୁରକ୍ଷା କରାଯାଇ ପାରିବ ବୋଲି ଦୃଢ ମତପୋଷଣ ଉପସ୍ଥାପନ କରିଥିଲେ ।