ଜିଲ୍ଲା ପ୍ରଶାସନର ଆଉ ଏକ ସଫଳତା: ସ୍କୋଚ ପୁରସ୍କାର ।

0 224

ଛତ୍ରପୁର,୧୧/୦୨(ପିପିଟି): ଜିଲ୍ଲା ପ୍ରଶାସନ ଗଞ୍ଜାମକୁ ଜାତୀୟ ସ୍ତରୀୟ ସ୍କୋଚ ଗ୍ରୁପ ଦ୍ୱାରା ସ୍କୋଚ ପୁରସ୍କାରରେ ଗତକାଲି ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସାମ୍ବିଧାନିକ କ୍ଲବ ଠାରେ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନର ସଫଳ ରୂପାୟନ ନିମନ୍ତେ ସମ୍ମାନିତ କରାଯାଇଛି ।କିଛିଦିନ ପୂର୍ବେ ବିଭିନ୍ନ ରାଜ୍ୟର ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ନେଇ ଏହି ପୁରସ୍କାର ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯେଉଁ ପ୍ରକ୍ରିୟାରେ ପାଞ୍ଚଟି ପର୍ଯ୍ୟାୟରେ ସଫଳ ଅଂଶଗ୍ରହଣ କରି ଥିବାରୁ ଜିଲ୍ଲା ପ୍ରଶାସନ,ଗଞ୍ଜାମକୁ ନିଜର ଉଚ୍ଚ କୋଟିର କାର୍ଯ୍ୟ ନିମନ୍ତେ ସ୍କୋଚ ସମ୍ମାନରେ ସମ୍ମାନିତ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଓରମାସ ଉପ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁନ୍ଦର ଶିବରାମ ପାଇଟାଳ ଏବଂ ଓଡିଶା ଜୀବିକା ମିଶନର,ଜିଲ୍ଲା ଯୋଜନା ପରିଚାଳକ ନବୀନ ସେନାପତି ଭାରତୀୟ ସାମ୍ବିଧାନିକ କ୍ଲବ,ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସନ୍ନମାନିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.