ଜିଲ୍ଲା ପରିଷଦ ପ୍ରାର୍ଥିପତ୍ର ଦାଖଲ କଲା ବିଜେପି ।

0 264

ମାଲକାନଗିରି,୨୦/୦୧(ପିପିଟି): ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ଆଜି ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବିଜେପିର ୧୫ ଜଣ ପ୍ରାର୍ଥି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡିଛି ।ସେମାନେ ହେଲେ କଲିମେଲା-୧ ଜୋନରୁ ବିଭା ସରକାର, କାଲିମେଳା -୨ଜୋନ ରୁ ରିନା କୱାସୀ, କାଲିମେଳା-୩ ଜୋନରୁ ପ୍ରହଲ୍ଲାଦ ବସୁ,ପଡିଆ ଜୋନରୁ ଲିପସା ରାୟ, ମାଲକାନଗିରି-୧ ଜୋନରୁ କନକଲତା କୁରାମୀ, ମାଲକାନଗିରି-୨ ଜୋନରୁ ବିନାୟକ ଚନ୍ଦ୍ର ମାଡକାମୀ, ମାଲକାନଗିରି-୩ ଜୋନ ରୁ ହାଲଦାର ୱାଙ୍କାଦତ୍ତ, କୋରୁକୋଣ୍ଡା-୧ ଜୋନରୁ ସାବିତ୍ରୀ ପଡିଆମୀ, କୋରୁକୋଣ୍ଡ-୨ ଜୋନରୁ ପ୍ରଦୀପ କୁମାର ମାଡକାମୀ,ମାଥିଲି-୧ ଜୋନରୁ
ନିଲାବତୀ ନାୟକ, ମାଥିଲି-. ଜୋନ ରୁ ହଳଧର କୋପେ, ମାଥିଲି-୩ ଜୋନ ରୁ ସନ୍ତୋଷିନୀ ପାତ୍ର, ଖଇରପୁଟ ଜୋନରୁ ସହଦେବ ଶିଶା, ଚିତ୍ରକୋଣ୍ଡା-୧ ଜୋନରୁ ଉଦୟ ଖିଲ, ଚିତ୍ରକୋଣ୍ଡା-୨ଜୋନ ରୁ ସୁମିତ୍ରା ମୁଦୁଲି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝି,ପୂର୍ବତନ ସାଂସଦ ବଳଭଦ୍ରମାଝି,ପୂର୍ବତନ ବିଜେପି ଜିଲ୍ଲା ସଭାପତି ଗୁରୁ ଚରଣ ମହାନ୍ତି,ଅଶୋକ ପରିଡା, ମାଲକାନଗିରି ବିଧାୟକ ଆଦିତ୍ଯ ମାଢି,ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ସାଧାରଣ ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ଶ୍ଯାମଲ ସୁନାନୀ,ସଞ୍ଜୟ ସରକାର ଏବଂ ଅନ୍ଯାନ୍ଯ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.