ପଦ୍ମପୁର(ପିପିଟି ନ୍ଯୁଜ )୦୫/୦୬ ଏଇ କିଛିଦିନ ତଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ।ପ୍ରଶାସନଙ୍କ ଆଖି ତାହା ସହ୍ୟ ହୋଇ ପାରୁନିା ଏଭଳି ଘଟଣାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ବରଗଡ ଜିଲ୍ଲା ପାଇକମାଳ ବ୍ଲକରେ । ଟେମରୀ ଗ୍ରାମପଂଚାୟତର ସରପଂଚ ନିରୁପା ସିଂଙ୍କ ବିନା ଜାଣତରେ ମନରେଗା କାର୍ଯ୍ୟ ୨ଟି ପୋଖରୀ ଖନନ ହୋଇଛି ସତ ହେଲେ ଟେମେରୀ ଗ୍ରା.ପ. ସରପଂଚ ଙ୍କ ବିନା ଜାଣତରେ । ଟେମେରୀ ସରପଂଚ ତାଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ସମୟରେ ପାଇକମାଳ ବି.ଡି.ଓ ଝଡବେଗରେ ଟେମେରୀ ଗ୍ରାମପଂଚାୟତ ଅଫିସକୁ ଆସି କେତେକ ଲୋକଙ୍କ ସମ୍ମୁଖରେ ମନରେଗା କାର୍ଯ୍ୟର ମାଷ୍ଟର ରୁଲ୍ ଓ ଅର୍ଡର ସିଟରେ ଦସ୍ତଖତ ଦେବାକୁ ସରପଂଚଙ୍କୁ କହିଥିଲେ ହେଲେ ସରପଂଚଙ୍କ ଅଜାଣତରେ ଉକ୍ତ କାର୍ଯ୍ୟ ହୋଇଥିବା ହେତୁ ଦସ୍ତଖତ ଦେବାକୁ ନିରୁପା ସିଂ ସ୍ପଷ୍ଟ ଭାବେ ମନା କରିବାରୁ ବି.ଡି.ଓ ରାଗିଯାଇ ତୁମେ ଯଦି ଦସ୍ତଖତ ନ ଦିଅ ତେବେ ତୁମକୁ ମୁଁ ବହୁ ଅସୁବିଧାରେ ପକାଇବି ବୋଲି ଧମକଚମକ ଦେଇଥିଲେ ବୋଲି ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି । କିଭଳି ଭାବେ ବିଭିନ୍ନ ଗ୍ରାମପଂଚାୟତରେ ମନରେଗା କାମ ଚାଲିଛି ତାହା ପୁଣି ସରଂପଚ ମାନଙ୍କ ଅଜାଣତରେ ତାହା ତଦନ୍ତ ସାପେକ୍ଷ । ମନରେଗା କାର୍ଯ୍ୟରେ ଶ୍ରମିକ ନିଯୁକ୍ତି ନ କରି ଓଲଟା ପାଲଟା ଦସ୍ତଖତ ରେ ଶ୍ରମିକ ନିଯୁକ୍ତି ର ଜାଲିଆତି କଥାକୁ ବୁଝିବ କିଏ ?ସରପଂଚଙ୍କ କ୍ଷମତାକୁ ଅନଧିକାର ପ୍ରବେଶ କରି ବି.ଡି.ଓ ଧମକ ଚମକ ଦେବା ଜିଲ୍ଲାପାଳ କ୍ଷମତାର ଉପହାସର ଏକ ଜ୍ୱଳନ୍ତ ଉଦାହରଣ ଏଠାରେ ପ୍ରତିଫଳିତ । ଏଭଳିକି,ଟେମେରୀ ଗ୍ରା.ପ ରେ ଅନେକ ଉନ୍ନୟନ କାର୍ଯ୍ୟ ରେ ବ୍ଲକ ରେ କାର୍ଯ୍ୟରତ ଜେ.ଇ ମାନେ ପି.ସି କାରବାରରେ ଲିପ୍ତ ରହୁଥିବାର ମଧ୍ୟ ଜଣା ପଡିଛିିା ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ଚିହ୍ନଟ ସକାଶେ ସରପଂଚଙ୍କୁ ସାମିଲ ନ କରିବା ପଛରେ କି କାରଣ ଅଛି ତାହା ତଦନ୍ତ ରୁ ଜଣାପଡିବା ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତାର ତଥ୍ୟ ଗ୍ରା.ପ.ରୁ ନ ନେଇ ପାଇକମାଳ ବ୍ଲକ ଅଧିକାରୀ ମାନେ ନିଜ ଅଧିନରେ ତାକୁ ବାଣ୍ଟୁଥିବାର ମଧ୍ୟ ଆମ ନଜର କୁ ଆସିଛିାଏଣୁ ତୁରନ୍ତ ଜିଲ୍ଲାପାଳ କ୍ଷମତା ପ୍ରତ୍ୟାହାର କରି ସାମ୍ବାଧନିକ ବିଧିନୁଯାୟୀ ସରପଂଚ ମାନଙ୍କର ଯେଉଁ କ୍ଷମତା ଅଛି,ସେଇ କ୍ଷମତା କୁ ଉପଯୋଗ କରିବାକୁ ସୁଯୋଗ ଦେବାପାଇଁ ସରପଂଚ ସିଂ ଦାବୀ ସହ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତିା
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।