ଜାତୀୟ କୃମି ନାଶକ ଦିବସ ପାଳିତ ।

0 20

ମାଲକାନଗିରି,୧୦/୦୨(ପିପିଟି):ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ଵାରା ଜାତୀୟ କୃମି ନାଶକ ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କୃମି ବଟିକା ସେବନ କରିବା ନିମନ୍ତେ ବୁଝାଇଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ଶତପ୍ରତିଶତ ପିଲାଙ୍କୁ କୃମି ନାଶକ ସିରୋପ ବା ବଟିକା ଖୁଆଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୧୦ ରେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଏବଂ ଗ୍ରାମ୍ୟ ସ୍ବାସ୍ଥ୍ୟ ପରିମଳ ଓ ପୁଷ୍ଟିକର କେନ୍ଦ୍ର ଠାରେ ୧ ରୁ ୧୯ ବର୍ଷ ବାଳକ ଓ ବାଳିକା ମାନଙ୍କୁ କୃମି ନାଶକ ବଟିକା ସେବନ କରିବାକୁ ଦିଆଯାଇଥିଲା ଏବଂ ୨୦ ରୁ ୨୪ ବର୍ଷ ମହିଳା ମାନଙ୍କୁ କୃମି ନାଶକ ବଟିକା ପ୍ରଦାନ କରାଯିବ। ଫେବୃଆରୀ ୧୦ ରେ ଅନୁପସ୍ଥିତ ବାଳକ ଓ ବାଳିକା ମାନଙ୍କୁ ଫେବୃଆରୀ ୧୭ ରେ ( ମପ୍ ଅପ୍ ରାଉଣ୍ଡ ) ରେ ବଟିକା ସେବନର ବ୍ୟବସ୍ଥା କରାଯାଇଛି ।
ଏହି ସଭାରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଡା. ବ୍ରଜବନ୍ଧୁ ଦାଶ ବିସ୍ତୃତ ଭାବେ କାର୍ଯ୍ୟକ୍ରମ ସଫଳତା ନିମନ୍ତେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ଧର,ସହକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମମତା ଚୌଧୁରୀ, ରାଜ୍ୟ ୟୁନିସେଫ କନସଲଟାଣ୍ଟ ସତେଶ୍ୱର ନାୟକ, ଡିଡିଏମ ଅଶ୍ୱିନ କୁମାର ଖୋସଲା, ଏ ଏମ କ୍ୟୁ ଏ, ସଚିନ ଦେବ ଗୌଡ଼, ଆଶା ମେନେଜର ଓମ ପ୍ରକାଶ ସୋ, ଡି ଆଇ ସି ଏ ଶିବ ପ୍ରସାଦ ପ୍ରହରାଜ ଓ ଜିଲ୍ଲା ସ୍ତରୀୟ
ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସସ୍ମିତା ସାହୁ ପ୍ରାଞ୍ଜଳ ଭାବେ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଆରବିଏସକେ ଓ ଆରକେଏସକେ ପରିଚାଳକ ହରିବନ୍ଧୁ ଦେଶିନାୟକ ସଭାକୁ ପରିଚାଳନା କରିଥିଲେ । ଏଥିରେ ସିପି ଓ଼ମ ପ୍ରକାଶ ସା ସହଯୋଗ କରିଥିଲେ ଏବଂ ଏଡିପିଏଚସିଓ ଶ୍ୟାମ ସୁନ୍ଦର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.