ଜନ୍ମ ଦିନରେ କରୋନା ସଚେତନତାର ବାର୍ତା ଦେଲେ ସାମ୍ବାଦିକ ଅସିତ ପଣ୍ଡା ।

0 548

ବ୍ରହ୍ମପୁର,୧୪/୦୭; ବର୍ତ୍ତମାନ ସାରା ବିଶ୍ୱରେ ଅଦୃଶ୍ୟ ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି। ଯାହାକୁ କାବୁ କରିବା ମଧ୍ୟ ମୁସକିଲ ହୋଇଡିଲାଣି। ଦେଶର ଓ ଆମ ରାଜ୍ୟ ଖାସ କରି ମୋ ଜିଲ୍ଲା ଗଞ୍ଜାମ ରେ କରୋନା ପ୍ରବଳ ମାତ୍ରାରେ ବ୍ୟାପିବାରେ ଲାଗିଲାଣି।  ଜିଲ୍ଲା ପ୍ରଶାସନ ମଧ୍ୟ ବହୁ ପ୍ରଚେଷ୍ଟା କରୁଛି କରୋନା କୁ ରୋକିବା ଲାଗି ଆଉ ଜନସାଧାରଣ ଙ୍କୁ ସୁରକ୍ଷା ଦେବା ଲାଗି। ତେଣୁ ମୁଁ ମୋର ଦେଶ ବାସୀ, ରାଜ୍ୟ ବାସୀ ଓ ମୋ ଜିଲ୍ଲା ବାସୀଙ୍କୁ ଅନୁରୋଧ କରୁଛି ସମସ୍ତେ ସୁରକ୍ଷିତ ସହ ରୁହନ୍ତୁ । ଯାହାବି ସରକାରଙ୍କ  ନିୟମ  ଅଛି ତାକୁ ମାନି ଚଳନ୍ତୁ । ମୋତେ ବେଶି ଦୁଃଖ ଦେଇଛି ବର୍ତମାନ ସମୟରେ ଅଭାବ ରେ ଚଳୁଥିବା ସେହି ଜନସାଧାରଣଙ୍କ ଚାଲି ଚଳଣି। ତଥାପି କହିବି ଧର୍ଯ୍ୟହରା ହୁଅନ୍ତୁ ନାହିଁ। ସମସ୍ତେ ମିଶିମିଶି ମୁକାବିଲା କରିଲେ ହିଁ ଆମେ କରୋନାକୁ ଦୁରେଇ ପାରିବା। ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଏମିତି  ମୋ ଉପରେ ସଦା ସର୍ବଦା ରହିଥାଉ। ଆପଣ ମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚେଇବା ପାଇଁ ମୁଁ ଏକ ଅସ୍ତ୍ର ସାଜିବି। ଆପଣ ମାନଙ୍କ ଭଲ ପାଇବା ହିଁ ମୋତେ ଆହୁରି ଆଗକୁ ନେବ। 
ଇତିଆପଣଙ୍କରଅସିତ ପଣ୍ଡା(ସାମ୍ବାଦିକ)

Leave A Reply

Your email address will not be published.