ଜନତା ଦଳର ପୂର୍ବତନ ସଭାପତି ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନରେ ଶୋକସଭା ।

0 5

ବାଲିଗୁଡା,୨୦/୦୭(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଜନତା ଦଳର ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ସ୍ବର୍ଗତଃ ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନ ଅବସରରେ ଏକ ଶୋକସଭା ବାଲିଗୁଡା ନୂଆସାହି ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତଃ ପାତ୍ର ଏହି ଉତ୍ସବରେ କନ୍ଧମାଳର ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ , ବ୍ଲକ ବିଜେଡି ସଭାପତି ଟୁନା ଦାସ, ସମାଜସେବୀ ଦିଗାମ୍ବର ପାଣିଗ୍ରାହୀ,ବରିଷ୍ଠ କଂଗ୍ରେସ କର୍ମୀ ଶିବରାମ ପ୍ରଧାନୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ପାତ୍ରଙ୍କ ଆତ୍ମାର ସଦଗତି କାମନାକରି ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏକା ଧାରାରେ ସେ ଜଣେ ରାଜନେତା ସମାଜସେବୀ ଶାନ୍ତଶିଷ୍ଟ ଓ ପରୋପକାରୀ ଅମାୟିକ ବ୍ୟକ୍ତିତ୍ବ ଥିଲେ । ସୂଚନା ଯୋଗ୍ୟ, ୧୯୮୯-୯୦ ମସିହାରେ ସଦାଶିବ ପାତ୍ରଙ୍କ ନେତୃତ୍ବ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଏବଂ କନ୍ଧମାଳ ସାଂସଦ ପଦବୀ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତତ୍କାଳୀନ ଜନତା ଦଳର କନ୍ଧମାଳ ସଭାପତି କମଳା କାନ୍ତ ପାଣ୍ଡେ ଏବଂ ବିଜୁବାବୁଙ୍କ ସହଯୋଗୀ ମଧ୍ୟ ଥିଲେ ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.