ଜଗଦଳପୁର ଠାରେ କୋଭିଡ୍ ସଚେତନତା ରାଲି ।

0 372

ପଦ୍ମପୁର,୨୩/୦୭(ପିପିଟି);ବରଗଡ ଜିଲ୍ଲା ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ଗାୟତ୍ରୀ କୁମାରୀ ନନ୍ଦଙ୍କ ଅଧକ୍ଷ୍ୟତାରେ ଏକ କୋଭିଡ୍  ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଉପକେନ୍ଦ୍ରର ଏ.ଏନ.ଏମ ଏବଂ ଗ୍ରାମର ମହିଳାମାନେ ଯୋଗଦେଇ ଥିଲେ,  ସଭା ସମାପନ ପରେ ସମସ୍ତେ ଏକ କୋଭିଡ୍ ୧୯ ସଚେତନତା ରାଲି ଜଗଦଳପୁର ଗ୍ରାମ ପରିକ୍ରମା କରି ଲୋକଙ୍କୁ ସ୍ୱଚ୍ଛତା, ସାମାଜିକ ଦୂରତ୍ୱ ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.