ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଓ ଦାବି ପତ୍ର ପ୍ରଦାନ ।

0 206

ଜଗତସିଂହପୁର,୦୭/୦୮(ପିପିଟି); ଵିଶ୍ଵମହାମାରୀ କରୋନା ସମୟରେ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇଥିବା ବେଳେ ସମସ୍ତ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ,ପାଚିକା ସହାୟିକା ମାନଙ୍କୁ ମାତ୍ରାଧିକ ଦାୟିତ୍ଵ ଦିଆଯାଉଛି । ଏହି କରୋନା ଯୋଦ୍ଧା ତଥା ସେମାନଙ୍କ ପରିବାର ସଂକ୍ରମଣ ତଥା ମୃତ୍ୟୁର ଶିକାର ହେଉଛନ୍ତି । ଏମାନଙ୍କୁ ସ୍ବତନ୍ତ୍ର ଧ୍ୟାନ ଓ ସହାୟତା, ସାମାଜିକ ନିରାପତ୍ତା ଦେବାକୁ ଏଆଇଟିୟୁସି,ସିଆଇଟିୟୁ ଓ ଏଆଇୟୁଟିୟୁସି ଦ୍ଵାରା ସଂଗଠିତ ସ୍କିମ୍ ୱାର୍କରସ୍ ୟୁନିଅନ ସମନ୍ୱୟ ସମିତି, ଜଗତସିଂହପୁର ଜିଲ୍ଲା କମିଟି ତରଫରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଏନ୍.ଏଚ୍.ଏମ୍. ,ଆଇ.ସି.ଡି.ଏସ୍.,ଏମ୍.ଡି.ଏମ. ବିଭାଗ ର ଘରୋଇକରଣ ବନ୍ଦ କରିବା ,ତଥା ଏହି ବିଭାଗ ର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହିତ ୧୬ଟି ଦାବୀ ପୂରଣ କରିବା ପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.