ଛାତ୍ରଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ସଞ୍ଚୟ ର ୨୧୦୧ ଟଙ୍କା ଦାନ ।

0 564

କବିସୂର୍ଯ୍ଯ ନଗର,ତା ୦୯/୦୫,କରୋନା ଆକ୍ରାନ୍ତଙ୍କ ସହାୟତା ପାଇଁ    ଜଣେ ଛାତ୍ର ସାର୍ଥକ କୁମାର ସାମଲ ନିଜେ ସଞ୍ଚୟ କରିଥିବା କିଛି ଟଙ୍କା  ଆଜି କବିସୂର୍ଯ୍ୟନଗର ତହସିଲଦାର  ପ୍ରକାଶ କୁମାର ମିଶ୍ରଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ  କରିଥିବା ଘଟଣା ଜଣାଯାଇଛି ।ଜଣେ ଛାତ୍ର ଘରେ ବାପା, ମାଆଙ୍କ ଠାରୁ ସଂଗ୍ରହ କରି ସଞ୍ଚୟ କରିଥିବା  ୨୧୦୧ ଟଙ୍କାକୁ ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାରେ  ପୀଡିତଙ୍କ ସହାୟତା ପାଇଁ ମନ ବଳାଇ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରିବା ଘଟଣାକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଇଛନ୍ତି । ଛାତ୍ର ଜଣକ  ଆଇନଜୀବୀ ପ୍ରଭାତ କୁମାର ସାମଲଙ୍କ ପୁଅ ବୋଲି  ଜଣାଯାଇଛି ।
ରିପୋର୍ଟ –  ନାରାୟଣୀ ପ୍ରସାଦ ମିଶ୍ର ।

Leave A Reply

Your email address will not be published.