ଛତ୍ରପୁର ଉପ ଜିଲ୍ଲାପାଳ କଳମ୍ବ ପଞ୍ଚାୟତର ସ୍ଥିତି ଅନୁଧ୍ୟାନ କଲେ ।

0 147

ପୋଲସରା,(ପିପିଟି ନ୍ଯୁଜ୍)୧୦/୦୪-ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତକୁ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପରିଦର୍ଶନରେ ଆସି ସମସ୍ତ ବ୍ଯବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ ।ତାଙ୍କ ସହିତ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦି ,ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଉପସ୍ଥିତ ରହି ପିଡିଏସ୍ ବଣ୍ଟନ ବ୍ଯବସ୍ଥା ଦେଖିବା ସହିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ ଗୃହରେ ଥିବା ୭ ଜଣଙ୍କ ଅନ୍ତେବାସୀଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ।ଗ୍ରାମରେ ଖାଦ୍ୟ ବଣ୍ଟନ,ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ନିଜସ୍ୱ ତତ୍ତ୍ବାବଧାନରେ ତିଆରି ହେଉଥିବା ମାକ୍ସ କେନ୍ଦ୍ରକୁ ଉପ ଜିଲ୍ଲାପାଳ ପରିଦର୍ଶନ କରି ଉତ୍ସାହିତ କରିଥିଲେ ।ପଞ୍ଚାୟତ ନିର୍ବାହୀ ଅଧିକାରୀ,ଯୋଗାଣ ଅଧିକାରୀ,ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ,ସୁଶିତ କୁମାର ସାହୁ,ସ୍ବେଚ୍ଛାସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ,ସମ୍ବାଦ ପ୍ରତିନିଧି ରବୀନ୍ଦ୍ରନାଥ ପ୍ରଧାନ,କାଳୁ ଚରଣ ପ୍ରଧାନ,ପ୍ରତାପ କୁମାର ପ୍ରଧାନ,ମନୋଜ କୁମାର ସାହୁ  ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.