ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ।

0 1,111

ରାଇପୁର,୨୯/୦୫,ଆରପାରି ରେ ଅଜିତ ଯୋଗୀ ।ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ନେଇ ଟ୍ୱିଟ ରେ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅମିତ ଯୋଗୀ ।ମୃତ୍ୟୁ ବେଳକୁ ଅଜିତ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।ଉଲ୍ଲେଖଯୋଗ୍ୟ ଅଜିତ ଯୋଗୀ ଗତ ମଇ ୯ ତାରିଖ ରେ ହୃଦଘାତର ଶିକାର ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ରାଇପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଆଜି ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଲାଗିଲାଗି ଦୁଇଟି ହୃଦଘାତ ହେବା ଫଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ।ତାଙ୍କୁ ଆଇସିୟୁ ମଧ୍ୟରେ ରଖି ଚିକିତ୍ସା କରୁଥିବା ଡାକ୍ତର ମାନେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଅତ୍ୟନ୍ତ ଗୁରୁତର ବୋଲି କହିଥିଲେ ।ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଆଜି ଅପରା଼ହ୍ନରେ ଅଜିତ ଯୋଗୀଙ୍କ ଦେହାନ୍ତ ହୋଇଯାଇଛି । ଅଜିତ ଯୋଗୀ ଭାରର ରାଜନୀତିରେ ଚର୍ଚ୍ଚିତ ଚେହେରା ଥିଲେ । ୨୦୦୦ ଠାରୁ ୨୦୦୩ ପର୍ଯ୍ୟନ୍ତ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ।୧୯୮୬ ମସିହାରେ ସକ୍ରୀୟ ରାଜନୀତିରେ ଯୋଗ ଦେଇଥିଲେ ।ରାଇପୁର ନିଷ୍ଟ ରୁ ମେକାନିକାଲ ଇଞ୍ଜିନିୟରିଂ ରେ ଗୋଲଡ୍ ମେଡେଲ ପାଇ ଉତିନ୍ନ କରିଥିଲେ ।ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ଲାଭ କରିଥିଲେ ।୧୯୪୬ ମସିହାରେ ବିଳାସପୁରରେ ଜନ୍ମ ଗ୍ରହଣ କରିଥିଲେ ।ରାଜନୀତିକୁ ଆସିବା ପୂର୍ବରୁ ସେ ରାଇପୁର ନିଷ୍ଟରେ ଅଧ୍ଯାପକ ଥିଲେ ଏବଂ ପରେ ଆଇପିଏସ୍ ଓ ଆଇଏଏସ୍ ପାଇଁ ଚୟନ ହୋଇଥିଲେ ।୨୦୧୬ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସରେ ସକ୍ରୀୟ ଥିଲେ । ସେ କଂଗ୍ରେସ ଛାଡି ଜନତା କଂଗ୍ରେସ ଗଠନ କରିଥିଲେ ।ଆସନ୍ତାକାଲି ସ୍ବର୍ଗତ ରୋଗୀଙ୍କ ଅନ୍ତିମ ସଂସ୍କାର ହେବ ।

Leave A Reply

Your email address will not be published.