ଚେନାଇ ଫେରନ୍ତାଙ୍କୁ ସମ୍ବଲପୁର ପଠାଇଲା ପ୍ରଶାସନ ।

0 96

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୨/୦୫,ଚଳିତ ମାସ ୧୫ତାରିଖରୁ ଲକ୍ ଡାଉନ ଯୋଗୁଁ ଚେନାଇ ରେ ଫସିଥିବା ୮ଜଣ ଦାଦନ ଶ୍ରମିକ ନିଜ ଭିଟାମାଟି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଫେରିବାକୁ ଚାହୁଁଥିବା ବେଳେ ଅନ୍ୟ ଉପାୟ ନପାଇ ସାଇକେଲରେ ବାହାରି ବୁଧବାର ଆସି ଭଞ୍ଜନଗର ଠାରେ ପହଞ୍ଚି ଥିଲେ। ସେମାନେ ସାଇକେଲରେ ଦୀର୍ଘ ପଥ ଅତିକ୍ରମ କରି ଆସିବା ପରେ ହାଲିଆ ହୋଇ ଆଉ ଏଠାରୁ ଆଗକୁ ଯିବାରେ ସକ୍ଷମ ହୋଇ ପାରିନଥିଲେ।ଖାଦ୍ୟ ଓ ବିଶ୍ରାମ ସେମାନଙ୍କ ପାଇଁ ଜରୁରୀ ହୋଇ ପଡ଼ିଥିଲା।ଏସମ୍ପର୍କରେ ପ୍ରଶାସନ ଖବର ପାଇ ସେହି ଶ୍ରମିକ ମାନଙ୍କୁ ଭଞ୍ଜନଗର ବ୍ଲକ ନିକଟରେ ରଖି ଖାଦ୍ୟସାମଗ୍ରୀ ପ୍ରଦାନ କରିବା ସହ ବିଶ୍ରାମ ପାଇଁ ବ୍ୟବସ୍ଥା କରିଥିଲେ।ସେମାନେ ସାଇକେଲ ଚଲାଇ ସମ୍ବଲପୁର ପର୍ଯ୍ୟନ୍ତ ଯିବା ପାଇଁ ଅକ୍ଷମତା ପ୍ରକାଶ କରିବା ପରେ ପ୍ରଶାସନ ତରଫରୁ ସମସ୍ତଙ୍କୁ ଆଜି ଏକ ବସ ଯୋଗେ ପଠେଇବାର ବ୍ୟବସ୍ଥା କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.