ଚର୍ଦାପାଲି ପଞ୍ଚାୟତରେରନ୍ଧନ ଖାଦ୍ୟ ବଣ୍ଟନ ।

0 103

ପଦ୍ମପୁର,(ପିପିଟି ନ୍ଯୁଜ୍)୦୬/୦୪:- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ଚର୍ଦାପାଲି ଗ୍ରାମପଂଚାୟତ ପାହାଡପର୍ବତ ନଇନାଳ ଘେରା ବଣଜଙ୍ଗଲ ମଧ୍ୟରେ ଅବସ୍ଥିତ ।ଉକ୍ତ ପଂଚାୟତ ଅଧିନରେ ଥିବା ସମସ୍ତ ୫ଟି ଯାକ ଗ୍ରାମକୁ ସଂଯୋଗ କରୁଥିବାରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ବର୍ତ୍ତମାନ ର ଭୟାବହ କରୋନା ପରିସ୍ଥିତି ରେ ଗରିବ ଖଟିଖିଆ ଦିନମଜୁରୀଆ ଲୋକଙ୍କୁ ରନ୍ଧାଖାଦ୍ୟ ଗୋଟିଏ ସ୍ଥାନରେ ରନ୍ଧାଯାଇ ଗ୍ରାମମାନଙ୍କୁ ବାଣ୍ଟିବାରେ ବହୁଅସୁବିଧା ଦେଖାଦେଇଛିାଯାହାକି ହିତାଧିକାରୀ ଙ୍କୁ ଠିକ ସମୟ ରେ ଯୋଗାଇବା ସମ୍ଭବ ହୋଇପାରୁନାହିଁାତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଂଚ ଗିରିଷ ନାଏକ ଙ୍କ ନିଷ୍ପତ୍ତିକ୍ରମେ ପଂଚାୟତର ଗ୍ରାମମାନଙ୍କରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ନିଜନିଜ ଗ୍ରାମରେ ଭିନ୍ନଭିନ୍ନ ରନ୍ଧନପ୍ରକ୍ରିୟା ରେ ପ୍ରସ୍ତୁତ କରି ବଣ୍ଟନ କରିବାକୁ ଗରିବ ଲୋକଙ୍କ ପ୍ରୟାସ ରେ ସଫଳ ହୋଇପାରିଛନ୍ତିା ଫଳତଃ ଲୋକେ ଠିକ ସମୟରେ ସଜ ରନ୍ଧନ ଖାଦ୍ୟ ମୁଠାଏ ପାଇପାରୁଛନ୍ତିା ଏଭଳି ପ୍ରୟାସ ସମଗ୍ର ଉପଖଣ୍ଡ ର ଗ୍ରାମ ଗୁଡିକ ରେ ଯଦି ହୁଅନ୍ତା ତେବେ ସାଧାରଣ ରେ ଠିକଠାକ ହୋଇପାରନ୍ତା ବୋଲି ବୁଦ୍ଧିଜିବୀ ମହଲ ରେ ଦାବୀ ହେଉଛି ।
ରିପୋର୍ଟ -ନିରଂଜନ ତ୍ରିପାଠୀ ।

Leave A Reply

Your email address will not be published.