ଘରୋଇ କଳହରୁ ଯୁବତୀଙ୍କ କିରୋସିନ ଢାଳି ଆତ୍ମହତ୍ୟା ।

0 376

ବେଲଗୁଣ୍ଠI,୧୯/୦୮(ପିପିଟି); ପାରିବାରିକ କଳହକୁ କେନ୍ଦ୍ର କରି ୨୪ ବର୍ଷୀୟ ଜଣେ ଘରୋଇ ଶିକ୍ଷୟିତ୍ରୀ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣା ପଡିଛି । ଆତ୍ମହତ୍ୟା କରିଥିବା ଶିକ୍ଷୟିତ୍ରୀ ହେଲେ ଅହଲ୍ୟା ବେହେରା (୨୪) । ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଘୂ.ନୁଆଁ ଗାଁର ଅହଲ୍ୟା ବେହେରା (୨୪) ବେଲଗୁଣ୍ଠାର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡ଼ାଉନ୍ ଯୋଗୁଁ ସ୍କୁଲ୍ ବନ୍ଦ ଥିବାରୁ ସେ ନିଜ ଘରେ ରହି ଆସୁଥିଲେ । ବାପାଙ୍କ ପୂର୍ବରୁ ଦେହାନ୍ତ ହୋଇଯାଇଥିବା ବେଳେ ଭାଇ ବେଙ୍ଗୁଲୁରୁରେ କୌଣସି ଘରୋଇ କମ୍ପାନୀରେ କାମ କରିଆସୁଛି । ଘରେ ବିଧବା ମାଆ ସହ ବଡ଼ ଭଉଣୀ ତାର ପୁଅ ସହ ରହି ଆସୁଛି । ବଡ଼ ଭଉଣୀ ଏବଂ ମାଆଙ୍କ ମଧ୍ୟରେ ବିଭିନ୍ନ ସମୟରେ କଥା କଟାକଟି ହୋଇ ଯୁକ୍ତି ତର୍କ କରୁଥିବାରୁ ଅହଲ୍ୟା ଏହାକୁ ବିରୋଧ କରିଆସୁଥିଲେ । ଗତ ୧୬ ତାରିଖ ରବିବାର ଦିନ ଅହଲ୍ୟା ଖୁଦୁରୁକୁଣୀ ବ୍ରତ କରୁଥିବାରୁ ଉପବାସ ରହିଥିଲେ । ଅହଲ୍ୟାର ବଡ଼ ଭଉଣୀ ଏବଂ ମାଆ ଯୁକ୍ତି ତର୍କ ହୋଇ କଥା କଟାକଟି ହେବାରୁ ଅହଲ୍ୟା ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବାରୁ ବାରି ଘରର ଉଭୟ ପଟୁ କବାଟ ଦେଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଘରୁ ପ୍ରବଳ ଧୂଆଁ ବାହାରିବାରୁ ଲୋକେ ରୁଣ୍ଡ ହୋଇ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ସାହୁଙ୍କ ସହଯୋଗରେ କବାଟ ଭାଙ୍ଗି ଅହଲ୍ୟାକୁ ଉଦ୍ଧାର କରିବା ବେଳକୁ ତା ଦେହର ୯୫ ଭାଗ ପୋଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲକୁ ନିଆ ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ସନ୍ଧ୍ୟାରେ ଅହଲ୍ୟାଙ୍କ ମୃତ୍ୟୁ ଘଟିଥିଲା । ବଡ଼ ମେଡିକାଲ୍ ଫାଣ୍ଡି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅହଲ୍ୟାର ଶବକୁ ବ୍ୟବଚ୍ଛେଦ କରିବା ପରେ ଆଜି ତାର ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଅହଲ୍ୟାଙ୍କ ଶବ ଗ୍ରାମରେ ପହଞ୍ଚିଲା ପରେ ଏକ ଶୋକକୂଳ ପରିବେଶ ମଧ୍ୟରେ ଗାଆଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ଅହଲ୍ୟା ଜଣେ ଭଦ୍ର ,ଅମାୟିକ ଏବଂ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ଥିଲେ । ତାଙ୍କର ଅକାଳ ମୃତ୍ୟୁରେ ବେଲଗୁଣ୍ଠI ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.