ବେଲଗୁଣ୍ଠା,୧୦/୦୯(ପିପିଟି): କରୋନା ଆସିବା ପର ଠାରୁ ପାର୍ବଣ ଋତୁ ପୁରା ଫିକା ପଡ଼ି ଯାଇଛି।ନା ଅଛି କାହା ମନରେ ଆନନ୍ଦ, ନା ଅଛି ଆନ୍ତରିକତା କେବଳ ଔପଚାରିତା ଦୃଷ୍ଟିରୁ ନାମ କୁ ମାତ୍ର ପାଳନ କରାଯାଉଛି ବିଭିନ୍ନ ପର୍ବ ପର୍ବାଣୀ। ଗଣେଶ ପୂଜାକୁ ନେଇ ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଏବେ ସେସବୁ ସାତ ସ୍ୱପ୍ନ ହୋଇଯାଇଛି।ପୂର୍ବରୁ ବେଲଗୁଣ୍ଠା ଅଞ୍ଚଳରେ ବିଭିନ୍ନ ସାହି, ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଥିବା ବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କେତେକ ଘରୋଇ ସଙ୍ଗଠନ ନିରାଡ଼ମ୍ବର ଭାବେ ଏହି ପୂଜାର ଆୟୋଜନ କରିଛନ୍ତି। ସେଥି ମଧ୍ୟରେ ଶାର୍ପ ଏଜୁକେସନ, ଝିଲି ଟିଉଟ୍ରାଲ, ସ୍ୱାମୀବିବେକା ନନ୍ଦ ଶିଶୁ ମନ୍ଦିର, ବିଶ୍ଵ ଭାରତୀ ଆବାସିକ ବିଦ୍ୟାଳୟ ଗୋବରା, ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ମଙ୍ଗଳପୁର ,ଜୟ ଜଗନ୍ନାଥ କୋଚିଂ ସେଣ୍ଟର ଗୋବରା ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଘରେ ଘରେ ଅଭିଭାବକ ମାନଙ୍କ ସହ ପିଲାମାନେ ଏହି ପୂଜାରେ ସାମିଲ ହୋଇଥିବା ଦେଖାଯାଇଛି। ଆଜି ଦିନ ୧୨ ଟା ରୁ ପ୍ରବଳ ବଷା ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିରହିଥିବା ବେଳେ, ଦିନ ଗୋଟାଏ ରୁ ବେଲଗୁଣ୍ଠା ଅଞ୍ଚଳରେ ବିଦ୍ୟୁତ ବିଛିନ୍ନ ହୋଇ ରାତ୍ର ୭ ଟା ୫ ମିନାଟରେ ଆସିଲା । ଏହାକୁ ନେଇ ଛାତ୍ରଛାତ୍ରୀ ଅବିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ବର୍ଷା ଲାଗିରହିଥିଲେ ମଧ୍ୟ ଘରେ ଗୁଳୁଗୁଳି ଗରମ ରେ ଲୋକେ କଲବଲ ହୋଇପଡୁଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )