ଗ୍ରାମକୁ ରାସ୍ତା ନାହିଁ, ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ ।

0 432

ଉଲୁଣ୍ଡା,୦୨/୦୭(ପିପିଟି); ସ୍ୱାଧୀନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଅନେକ ଗାଁକୁ ରାସ୍ତା ଘାଟର ସୁବିଧା ନଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଯିବା ଆସିବା ପାଇଁ ନା ଅଛି ଗାଡି ମଟର ର ସୁବିଧା ନା ଯାଇପାରୁଛି ଆମ୍ବୁଲାନ୍ସ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ହନ୍ତସନ୍ତ ହେଉଛନ୍ତି ଲୋକ ।ଏପରିକି ଆମ୍ବୁଲାନ୍ସ ଆସିନପାରି ଜଣେ ଗର୍ଭବତୀ ହଟହଟା ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଲିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଉପାନ୍ତ ଅଂଚଳ ଦୁର୍ଜନତଇଲା ଗ୍ରାମରେ । ଏହି ଗାଁର ଗର୍ଭବତୀ ମହିଳା ଅଲିଭ ସମଦଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆଶା କର୍ମୀ ବି.ବି.ଆନ୍ନା ୧୦୮ ଆମ୍ବୁଲାନ୍ସ ଡାକିଥିଲେ ମଧ୍ୟ ଗର୍ଭବତୀଙ୍କ ଘରପାଖକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା ।ହେଲେ ବହୁ କଷ୍ଟରେ ପରିବାର ଲୋକ ଓ ଆଶା କର୍ମୀ ଚାଲି ଚାଲି ଅଧା ବାଟରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ନେବାପରେ ଡାକ୍ତରଖାନାକୁ ନେଇଥିଲେ । ଏ ନେଇ ଆଶା କର୍ମୀ ପଚାରିବାରୁ ଏ ଅଂଚଳରେ ଅନେକ ଗ୍ରାମ ରାସ୍ତା ନ ଥିବା କାରଣ ରୁ ବହୁ ଗର୍ଭବତୀ ମହିଳା ଓ ରୋଗୀ ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଆଣି ହସ୍ପିଟାଲକୁ ନେବାକୁ ପଡିଥାଏ ବୋଲି କହିଥିଲେ ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.