ଗ୍ଯାଙ୍ଗ ଷ୍ଟାର ବିକଶ ଦୁବେ ଏନକାଉଣ୍ଟରରେ ମୃତ !

0 2,049

କାନପୁର, ୧୦/୦୭ ; ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି । କାନପୁରକୁ ଆଣିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ବିକାଶ। ଖସି ପଳାଇବାକୁ ଯାଉଥିବା ବେଳେ ଠେଲାପେଲା ହୋଇ କାନପୁର ନିକଟରେ ଏସଟିଏଫ୍  ଗାଡ଼ି ଓଲଟି ପଡିଥିଲା। ପରେ ପୋଲିସଠାରୁ ବନ୍ଧୁକ ନେବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିଲା।ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗତକାଲି ଉଜ୍ଜୟିନୀରୁ ଗିରଫ ହୋଇଥିଲା ।କାନପୁର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ବିକାଶ । ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକଣ୍ଡ ପରେ ସେ ଫେରାର ଥିଲା । ବିକାଶ ଦୁବେକୁ ଧରିବା ପାଇଁ ପାଞ୍ଚ ଲକ୍ଷ ଅର୍ଥ ରାଶି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.