ଗୋବରାରେ କରୋନା ସନ୍ଦିଗ୍ଧ ଚିହ୍ନଟ ପରେ ସତର୍କତା ଅବଲମ୍ବନ ।

0 990

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୫/୦୫,ବେଳଗୁଣ୍ଠା ବ୍ଲକ ଗୋବରା ଠାରେ ପଞ୍ଚାୟତ ତରଫରୁ ସ୍ଥାନୀୟ ଜନସାଧାରଣ ଙ୍କୁ କରୋନା ଭୁତାଣୁ ଠାରୁ ସତର୍କତା ଅବଲମ୍ବନ କରିବା ପାଇଁ ଢେଣ୍ଡୁରା ବଜାଇ ରବିବାର ସଚେତନ କରାଯାଇଛି।ଗତ ୧୫ଦିନ ତଳେ ଏକ ସରକାରୀ ବସରେ କିଛି କରୋନା ରୋଗୀଙ୍କୁ ନେଇ ଶୀତଳା ପଲ୍ଲୀ କୋଭିଡ ହସ୍ପିଟାଲରେ ଛାଡିଥିବା ଏହି ଗ୍ରାମର ଜଣେ ଡ୍ରାଇଭରଙ୍କ ଠାରେ କିଛି ଦିନ ପରେ କରୋନା ଲକ୍ଷଣ ଥିବା ଜଣାପଡିବା ପରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା।ସନ୍ଦିଗ୍ଧ ଡ୍ରାଇଭରଙ୍କ ସଂସ୍ପର୍ଶରେ ତାଙ୍କ ପରିବାରର ସଦସ୍ୟ ମାନେ ଆସିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କର ମଧ୍ୟ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି।ହେଲେ ରିପୋର୍ଟରେ ଯଦି ପଜିଟିଭ ଚିହ୍ନଟ ହୁଏ ତାହେଲେ ପ୍ରଶାସନ ସହିତ ଆଲୋଚନା କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ।ବର୍ତ୍ତମାନ ପରିସ୍ଥିତିରେ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ରହିଥିବାରୁ ଗ୍ରାମକୁ ସାନିଟାଇଜ କରିବା ସହ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.