ଗୁଣି ସନ୍ଦେହରେ ମାଡମାରବା ଘଟଣାରେ ୮ ଗିରଫ ।

0 26

ମାଲକାନଗିରି,୨୧/୦୫(ପିପିଟି) :ପଡିଆ ବ୍ଳକର କାଲଦାପଲ୍ଲୀ ପଞ୍ଚାୟତ ନିକଟସ୍ଥ ତାଙ୍ଗୁଡୁକୋଣ୍ଡା ଗାଁ ରେ ଗୁଣିଗାରେଣି ସନ୍ଦେହରେ ଫାଶୀ ଓ ହତ୍ୟାର ଧମକ ଦେବା ସହିତ କଙ୍ଗାରୁ କୋର୍ଟରେ ନିର୍ଦ୍ଧୁମ ମାଡ ମାରିଥିବା ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଏମ୍. ଭି-୭୯ ଥାନା ପୋଲିସ।
ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଆଦିବାସୀ ସମାଜରେ ଆଜି ବି ଅନ୍ଧବିଶ୍ୱାସ ବସାବାନ୍ଧି ରହିଛି।ଭୂତ ପ୍ରେତ ଗୁଣି ଗାରେଡ଼ି ସନ୍ଦେହ ରେ ବେଳେ ବେଳେ ଜଘଣ୍ଯ ହତ୍ୟାକାଣ୍ଡ ଘଟୁଥିବା ବେଳେ କେହି କେହି ଗାଁ ର ସାରା ଜୀବନ ବାସନ୍ଦ ହୋଇ ନିର୍ବାଚିତ ଜୀବନ ଅତିବାହିତ କରିଥାନ୍ତି।ଅନ୍ଯ କେଉଁଠି ଭୀଷଣ ନିର୍ଯାତନାଧ ଶିକାର ହେବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ପଞ୍ଚାୟତର ତାଙ୍ଗୁଡ଼କୋଣ୍ଡା ଗ୍ରାମରେ ।କିଛିଦିନ ତଳେ ଗ୍ରାମର କୈଳାସି ଲୋକୁ ସ୍ୱପ୍ନ ହୋଇଥିଲା ଯେ ଚେନସା ମାଡି ଗାଁ ରେ ଗୁଣିଗାରେଡି କରୁଛି। ଏହି ଘଟଣା କୁ ସନ୍ଦେହ କରି ଗାଁ ରେସକୋଙ୍ଗାରୁକୋର୍ଟ ବସିଲା । ଚେନସା ମାଡିକୁ କୋଙ୍ଗାରୁ କୋର୍ଟରେ ନିର୍ଦ୍ଧୁମ ପିଟିବା ପରେ ନଦୀ କୂଳକୁ ନେଇ ପୁଣି ଛେଚିଲେ । ଗୁରୁତର ଆହାତ ଅବସ୍ଥା ରେ ଘରେ ଫିଙ୍ଗି ଦେଲେ ଗ୍ରାମବାସୀ । ଏହିପରି କି ମେଡିକାଲକୁ ନେଇ ଚିକିତ୍ସା କରିବାକୁ ବାରଣ କରିବା ସତ୍ବେ ମେଡିକାଲ କୁ ନେଲେ କିମ୍ବା କୌଣସି ଥାନାରେ ଅଭିଯୋଗ କଲେ ପରିବାର ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସହ ଅଭିଯୁକ୍ତମାନଙ୍କୁ ପୋଲିସ ଉଠାଇ ଆଣି ପଚରା ଉଚୁରା କରିଥିଲା । ଆଜି ମାଲକାନଗିରି ଏସଡପିଓ ଏହି ଘଟଣାରେ ସଂପୃକ୍ତ ୮ ଜଣଙ୍କ ନାମରେ ଏମଭି- ୭୯ କେଶ ନମ୍ବର ୮୫/୨୫ ରେ ମାମଲା ରୁଜୁ କରି ୮ ଜଣକୁ କୋର୍ଟ ଚାଲାଣ କରାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.