ଗାଡି ପୋଡି, ଜଣେ ଅଟକ ।

0 357

ବେଲଗୁଣ୍ଠା,୧୮/୦୮(ପିପିଟି); ବେଲଗୁଣ୍ଠା ବାଙ୍କବଜାର ନିବାସୀ କେ.ଲବ ପାତ୍ରଙ୍କ ସ୍କୁଟିଟିକୁ ସୋମବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୁର୍ତ୍ତ ପୋଡିଦେଇଥିବା ଅଭିଯୋଗ ହୋଇଛି । ସବୁଦିନ ପରି ଲବ ପାତ୍ର ତାଙ୍କ ହୋଣ୍ଡା ଏକ୍ଟିଭା (ଓଡି୦୭ଏଚ୍୨୯୨୯) ସ୍କୁଟି ଘର ବାହାରେ ରଖି ଶୋଇଥିଲେ । ମଧ୍ୟ ରାତ୍ର ପରେ ନିଜ ସ୍କୁଟି ଜଳୁଥିବା ନେଇ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ବାହାରକୁ ଯାଇଥିଲେ କିନ୍ତୁ ଗଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା । ତା ସହ ତାଙ୍କ ଦୋକାନ ଘରର କିଛି ଅଂଶ ଜଳୁଥିବା ଦେଖିବାକୁ ପାଇଥିଲେ । ସକାଳେ ବେଲଗୁଣ୍ଠା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ୪୫୨/୨୦ ରେ ଏକ ମାମଲା ରୁଜ୍ଜୁ କରି ସିସିଟିଭି ଆଧାରରେ ଜଣେ ଯୁବକକୁ ଅଟକ ରଖିଥିବା ଜଣାଇଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.