ଗାଈ ଚରାଳି ଭାଲୁ ଆକ୍ରମଣରେ ଗୁରୁତର ।

0 595

କଳାହାଣ୍ଡି,୨୪/୦୭(ପିପିଟି); କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମର ଭୁଜ ମାଝୀ ନାମକ ଏକ ବ୍ୟକ୍ତି ବୟସ ୩୦ ସବୁଦିନ ଗାଈ ଚରାଉଥିବା ବେଳେ ଗତକାଲି ସଖାଳ ଆଠଟା ସମୟରେ ଜଙ୍ଗଲକୁ ଗାଇଚରାଇ ନେଇଥିଲେ । ଭାଗ୍ୟର ବିଡମ୍ବନା ହେତୁ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇଥିବା ସଙ୍ଗେ ଦେହସାରା କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୁଣ୍ଡରେ ବେଶି ଆଘାତହୋଇଥିବ ଦେଖି ଧର୍ମଗଡରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନିରୀହ ଯୁବକ ପ୍ରତି ଏପିରି ଘଟଣା ଘଟି ଥିବା ହେତୁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ବର୍ତ୍ତମାନ ଭୁଜ ମାଝୀ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଏ ସଂପର୍କରେ ଗୋଲାମୁଣ୍ଡା ଫରେଷ୍ଟର ରମେଶ ପଣ୍ଡାଙ୍କୁ ଫୋନରେ ଯୋଗାଯୋଗ କଲାପରେ ସତ୍ୟତା ବୋଲି ଜଣାପଡିଲା ଏହି ଘଟଣା ଉପରେ କେଗାଁ ବନ ବିଭାଗ କିଛି ଆର୍ଥିକ ସାହାଯ୍ୟ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ରିପୋର୍ଟ -ବବୁଲୁ ସାହୁ l

Leave A Reply

Your email address will not be published.