ଶେରଗଡ,୨୩/୦୭(ପିପିଟି);କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳ ମାଳ ଉନ୍ନତି ମୂଳକ ଯୋଜନା କରିଥିଲେ।ମଧ୍ୟ ଦୀପ ତଳ ଅନ୍ଧାର ଭଳି ଏଠି ପହଞ୍ଚି ପାରୁନି ଯୋଜନା ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତ ଏସ.ଚିକିଲି ଗାଁ ର ଦୀର୍ଘ ଦିନ ଲାଗିରହିଛି ବିଭିନ୍ନ ପ୍ରକାର ସମସ୍ୟା,ଗାଁ ମଧ୍ୟ ରେ ପକ୍କା ରାସ୍ତା ନଥିବା ବେଳେ ବିଭିନ୍ନ ଗାଁ ରେ ପୋଖରୀ ସୌନ୍ଦର୍ଯ୍ୟ କରଣ ଚାଲିଥିବା ବେଳେ ଏଠି ବାସ୍ତବ କ୍ଷେତ୍ରରେ ଚିତ୍ର ଅଲଗା ସେହି ଭଳି ଗ୍ରାମ ରେ ଦୁଇ ରୁ ତିନି ଟି ଅଙ୍ଗନୱାଡ଼ି କେନ୍ଦ୍ର ଥିଲେ ମଧ୍ୟ ତାହା ପୁଣି ଭଡ଼ା ଘରେ କାର୍ଯ୍ୟ ଚାଲିଛି। ଗ୍ରାମକୁ ପକ୍କା ରାସ୍ତା, ଶ୍ମଶାନ ଗୃହ ପୋଖରୀ ସୌନ୍ଦର୍ଯ୍ୟ କରଣ , ସ୍ଥାୟୀ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଗାଁ ରେ ଉନ୍ନତି ମୂଳକ କାର୍ଯ୍ୟ ନ ହେଲେ ଭୋଟ ବର୍ଜ୍ଜନ କରିବେ ବୋଲି ଗ୍ରାମ ବାସୀ କହିଛନ୍ତି।
(ରିପୋର୍ଟ- ଭିକୁ ନାୟକ। )