ଗାଁ କୁ ରାସ୍ତା,ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଗଣଧାରଣା ।

0 281

ଭଞ୍ଜନଗର,୨୬/୦୨(ପିପିଟି): ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଓ ଆଦିବାସୀ ଭାରତ ମହାସଭା ନେତୃତ୍ବରେ ଭଞ୍ଜନଗର ବ୍ଲକ ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ, ଡେଲିଙ୍ଗିପଦର ଆଦିବାସୀ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଅହରାତ୍ର ଗଣଧାରଣା ଖନ୍ଧା ଖୋଳି ହଣ୍ଡାରେ ରୋଷେଇ କରି ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟଗଣ୍ଡା ଋଢାପଦର ଗ୍ରାମ ପଞ୍ଚାୟତର ଆଦିବାସୀ ଗ୍ରାମବାସୀ ଅହରାତ୍ର ଧାରଣାରେ ବସିଛନ୍ତି। ସ୍ବାଧିନତାର ୭୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ଆଦିବାସୀଙ୍କ ପ୍ରତି ଅବହେଳାକୁ ଅନେକ ସଂଗଠନ ର ନେତୃତ୍ବ ତୀବ୍ର ନିନ୍ଦା କରିଛନ୍ତି। ଆଦିବାସୀ ପରିବାର ମୌଳିକ ସେବା ପାଇବାରୁ ବଞ୍ଚିତ ହୋଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଇବା, ରାସ୍ତା ଅଭାବରୁ ଖଟିଆରେ ବୁହାହୋଇ ଗର୍ଭବତୀ ମହିଳା, ରୋଗୀ, ବୁଢ଼ା ବୁଢ଼ୀ ଚିକିତ୍ସା ପାଇବା ପୂର୍ବରୁ ମୃତ୍ୟୁ ବରଣ କରିବା, ଛାତ୍ର ଛାତ୍ରୀମାନେ ପ୍ରାଥମିକ ଶିକ୍ଷା ରୁ ବଞ୍ଚିତ ହେବା, ଅସରାଏ ବର୍ଷାରେ ଶିକ୍ଷକ ମାନେ କିମ୍ବା ମଣ୍ଡା ପଥର ଓ ଡାଙ୍ଗିଭୁଇଁ ର ଛାତ୍ରଛାତ୍ରୀ ତାଲଖମଣ ପ୍ରାଥମିକ ବିଦ୍ୟାଳୟକୁ ଆସିପାରନ୍ତି ନାହିଁ। ଏହା ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣା ଦାୟକ। ଏ ଦିଗରେ ସରକାରୀ କଳର ଉଦାସୀନତା ଯୋଗୁଁ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଗାଁ ବାସିନ୍ଦା ଅଭିଶପ୍ତ ଜୀବନ ବିତାଉଛନ୍ତି। ୨୦୧୬ ମସିହାରେ କ୍ରାନ୍ତିକାରୀ କୃଷକ ସଭାର ଆନ୍ଦୋଳନ ଯୋଗୁଁ ଉପଜିଲ୍ଲାପାଳ ଅଞ୍ଚଳ ଗସ୍ତ ଓ ସମୀକ୍ଷା କରି ଗାୟଗଣ୍ଡା ପଞ୍ଚାୟତ ର ୪ ଖଣ୍ଡ ଗାଁ କୁ ରାସ୍ତା ଓ ବିଜୁଳି ଆଲୁଅ ବ୍ୟବସ୍ଥା କଲେ କିନ୍ତୁ ତାଳଖମଣ, ମଣ୍ଡା ପଥର ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଆଦିବାସୀ ଗାଁ ପ୍ରତି ପ୍ରତାରଣା କରିଛନ୍ତି। ଯେଉଁ ବିଦ୍ୟୁତ ଖୁଣ୍ଟ ପଡ଼ିଥିଲା ତାକୁ ଉଠାଇ ନେଇଛନ୍ତି। ଏହାରି ମଧ୍ୟରେ ୭ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ ୧୦ ବର୍ଷ ଓ ରାଜ୍ୟରେ ନବୀନ ସରକାରଙ୍କ ୨୫ ବର୍ଷ ଶାସନ ପରେ ଏପରି ବିକାଶ ଓ ଆଦିବାସୀ ଗାଁ ପ୍ରତି ଅବହେଳାକୁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ ସମ୍ପାଦିକା ପ୍ରମିଳା, ବସ୍ତି ସୁରକ୍ଷା ମଞ୍ଚର ଭୁବନେଶ୍ୱର ର ସଭାନେତ୍ରୀ ହେନା ବାରିକ କଠୋର ଭାଷାରେ ସମଲୋଚନା କରିଥିଲେ।

ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଆଦିବାସୀଙ୍କ ସହ ଆଲୋଚନା କରି କିଛି ଦିନ ସମୟ ମାଗିଥିଲେ ମଧ୍ୟ କାମ ଆରମ୍ଭ ହେଲେ ଏଠାରୁ ଉଠିବୁ ନହେଲେ ଧାରଣାରେ ବସିରହିବୁ ବୋଲି ରୋକ ଠୋକ ଶୁଣାଇଛନ୍ତି। ଏହି ଗଣଧାରଣା ରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଆଦିବାସୀ ଭାରତ ମହାସଭା ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ଜିଲ୍ଲା ସମ୍ପାଦକ ପି ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ଭାଗ୍ୟ ଲତା ଜାନି, ସନାତନ ଜାନି, ସନ୍ଧ୍ୟା ପ୍ରଧାନ,ସନାତନ ଜାନି,ପିତା ବାସ ଜାନି,ବିକ୍ରମ ମଲ୍ଲିକ,ଅର୍ଜୁନ ମଲ୍ଲିକ, ରଶ୍ମିତା ମଲ୍ଲିକ,ଯଶୋବନ୍ତ ଜାନି,ପ୍ରଭାତ ଜାନି,ମାନି ଜାନି,ଶୁଶାନ୍ତ ମଲ୍ଲିକ,ପ୍ରମୋଦ ମଲ୍ଲିକ,ଅରକ୍ଷିତ ଜାନି, ମଞ୍ଜରୀ ଜାନି ଆଦି ବହୁ ଆଦିବାସୀ ନେତୃତ୍ବ ଓ ଗ୍ରାମବାସୀ ସାମିଲ ହୋଇଛନ୍ତି।

Leave A Reply

Your email address will not be published.