ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଦାମ୍ ଲଡୁରୁ ବାହାରୁଛି କାଚ ଗଡି !

0 948

ପୋଲସରା,(ପିପିଟି ନ୍ଯୁଜ୍)୧/୦୪ ପୋଲସରା ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଦାମ୍ ଲଡୁରୁ ବାହାରୁଛି କାଚ ଗଡି । ଏହି ଭଳି ଘଟଣା ଶୁଣିବାକୁ ମିଳୁଥିବା ବେଳେ ଆଜି ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତର ବାଦାମ୍ ଲଡୁରୁ କାଚ ଗଡି ବାହାରିବା ଦେଖିବାକୁ ମିଳିଛି । କଳମ୍ବ ଗାଁ ର ଅଜୟ ପ୍ରକାଶ ସାହୁଙ୍କ ଘରକୁ ମିଳିଥିବା ବାଦାମ୍ ଲଡୁରୁ କାଚ ଗଡି ବାହାରିବା ପରେ ସେ ତାର ଫଟୋ ଅମ ପାଖକୁ ପଠାଇଛନ୍ତି । ରାଜ୍ୟ ସରକାର ମହିଳା ଙ୍କ ଶିଶୁଙ୍କ ଯତ୍ନ କଥା କହୁଥିବା ବେଳେ ଛତୁଆ ଓ ବାଦାମ୍ ଲଡୁର ମାନ ଯାଞ୍ଚ ପ୍ରତି ଗୁରୁତ୍ୱ ନଦେଇ ଧର୍ମକୁଆଖିଠାର ଭଳି ଏକ ଯାଞ୍ଚ କମିଟି କରିଛନ୍ତି । ବାଦାମ୍ ଲଡୁରୁ କାଚ ଗଡି ବାହାରିବା ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.