ଗଞ୍ଜେଇ ଚୋରା ଚାଲଣ କାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି ଗଜପତି ଜିଲ୍ଲା ଦୌରାଜଜ୍ ।

0 265

ପାରଳାଖେମୁଣ୍ଡି, ୧୭/୪(ପିପିଟି ନ୍ୟୁଜ୍)- ଗଜପତି ଜିଲ୍ଲା ଦୌରାଜଜ୍ ବିଶ୍ବଜିତ ଦାସ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ଅଭିଯୁକ୍ତ ହବିବ୍ ଉଲ୍ଲା ଖାନକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବାକୁ ରାୟ ଶୁଣାଇଛନ୍ତି । ସମଗ୍ର ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରକୋପ ଯୋଗୁଁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ରାୟ ଶୁଣାଇଛନ୍ତି ବୋଲି ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ମୋହନା ଥାନା ପୋଲିସ ଏସ.ଆଇ. ପରମାନନ୍ଦ ଦଳେଇଙ୍କ ନେତୃତ୍ବରେ ତା.୭-୬-୨୦୧୭ରିଖ ଭୋର ସମୟରେ ପେଟ୍ରୋଲିଂ ଚାଲିଥିବା ବେଳେ କିର୍ତ୍ତିଙ୍ଗି ଗ୍ରାମ ନିକଟରେ ଏକ ବୋଲେରୋ ଗାଡି ଦ୍ରୁତଗତିରେ ଯାଉଥିବାର ପୋଲିସ ଦେଖିଥିଲା। ପୋଲିସ ଉକ୍ତ ବୋଲେରୋ ଗାଡିଟିକୁ ଅଟାଇଥିଲା ।  ପୋଲିସକୁ ଦେଖି  ଗାଡି ଡ୍ରାଇଭର  ସମେତ ୨ଜଣ ଫେରାର ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଜଣେ ଫେରାର ହେବାରେ ସଫଳ ହୋଇଥିବା ବେଳେ ଡ୍ରାଇଭର ହବିବ୍ ଉଲ୍ଲା ଖାନ୍ ତଳେ ପଡିଯାଇଥିଲେ  । ପୋଲିସ ତାକୁ ଗିରଫ କରିବା ସହ ଗାଡିରେ ୨୦ଟି ବସ୍ତାରେ ଥିବା ୫ଶହ୨୭କିଲୋ୪ଶହ ଗ୍ରାମ ଗଞ୍ଜେଇକୁ ଦବତ କରିଥିଲା । ଗିରଫ ହୋଇଥିବା ହବିବ୍ ଉଲ୍ଲା ଖାନ୍ କୁ ଫେରାର ହୋଇଥିବା ବ୍ୟକ୍ତିର ପରିଚୟ ପଚାରିବାରୁ ତାର ନାମ ଶ୍ରୀମନ୍ତ ନାୟକ ବୋଲି କହିଥିଲା । ଏନେଇ ମୋହନା ଥାନା କେସ୍ ନଂ- ୬୫/୭-୬-୨୦୧୭  ଏନଡିପିଏସ ଏକ୍ଟ ର ଧାରା ୨୦(ବି)(।।) ସି, ୨୫ ଓ ୨୭ ରେ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାର ତଦନ୍ତ ଏସ.ଆଇ. ମୁକେଶ ବେହେରା କରୁଥିଲେ । ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଶ୍ରୀମନ୍ତ ନାୟକ ଫେରାର ଅଛି । ଗଜପତି ଜିଲ୍ଲା ଦୌରାଜଜ୍ ୧୧ଜଣ ସାକ୍ଷ୍ଯ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ହବିବ୍ ଉଲ୍ଲା ଖାନ୍ କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ରାୟରେ ଶୁଣାଇଛନ୍ତି । ଯଦି ଜୋରିମାନା ଅର୍ଥ ଅନାଦେୟ ହୁଏ ତାହାହେଲେ ଅତିରିକ୍ତ ୧ବର୍ଷ ଦଣ୍ଡିତ ହେବେ ବୋଲି ରାୟରେ ଶୁଣାଇଛନ୍ତି ବୋଲି ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ- ଦିଲ୍ଲୀପ କୁମାର ଶତପଥି

Leave A Reply

Your email address will not be published.