ଗଞ୍ଜାମ ଜିଲ୍ଲା ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସଫଳ।

0 535

ଶେରଗଡ,୧୧/୦୮(ପିପିଟି); ଶେରଗଡ ଗଞ୍ଜାମ ଜିଲ୍ଲା ଅଙ୍ଗନୱାଡି ମହିଳା କର୍ମୀ ସଙ୍ଘଠନ ପକ୍ଷରୁ ଗତ ଅଗଷ୍ଟ ପହିଲାରୁ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲାରେ ଅଙ୍ଗନୱାଡି କର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ଅଣ୍ଡା କମିଶନ କାରବାରକୁ ନେଇ ଅଙ୍ଗନୱାଡି କର୍ମୀଙ୍କୁ ଅସୁବିଧାରେ ପକାଇ ହଟହଟା କରିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ ମାସ ଠାରୁ ଅଗଷ୍ଟ ମାସ ଯାଏ ଏସ.ଏନ.ପି ଟଙ୍କା ଅଙ୍ଗନୱାଡି କର୍ମୀଙ୍କ ମିଳିତ ବ୍ୟାଙ୍କ ଆକାଉଣ୍ଟ କୁ ଅନେକ କର୍ମୀ ଙ୍କ ଲକ୍ଷ ଲକ୍ଷ ଟଙ୍କାନ ପଠାଇ ଚାପି ଦେବା ପରେ ଅଙ୍ଗନୱାଡି କର୍ମୀ ମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହେବା ଫଳରେ ଏହି କୋଭିଡ଼ ଯୋଦ୍ଧାଙ୍କ ଅଭାବରେ କୋଭିଡ଼ କାର୍ଯ୍ୟରେ ବ୍ୟତିକ୍ରମ ଦେଖା ଦେବା ସହ ଅଙ୍ଗନୱାଡି କର୍ମୀ ମାନେ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ କଥା ଯାଇ ଗଞ୍ଜାମ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ଥିଲା। ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ବ୍ୟତିବ୍ୟସ୍ତ ହୋଇ ଏହା ର ସମାଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ କରି ସମାଧାନର ସୂତ୍ର ବାହାର କରିବାକୁ ଚିକିଟି ସିଡ଼ିପିଓଙ୍କୁ ଗତ ଶନିବାର ଦିନ ଶେରଗଡ଼ ବ୍ଲକ ପଠାଇ ଥିଲେ । ସେ ଏଠାର ଅଙ୍ଗନୱାଡି କର୍ମୀ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥଲେ । ଶେଷରେ ଅଙ୍ଗନୱାଡି କର୍ମୀମାନେ ଅଡ଼ି ବସିଥିଲେ ଯେ,ସେମାନେ ସମସ୍ତେ ଟଙ୍କା ନ ପାଇଲା ଯାଏଁ କାର୍ଯ୍ୟରେ ଯୋଗ ଦେବେ ନାହିଁ। ପରିଶେଷ ରେ ତାହାହିଁ ହେଲା । ଆସନ୍ତା ସୋମବାର ସୁଦ୍ଧା ସମସ୍ତ ଟଙ୍କା ପଠାଇବାକୁ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଲିଖିତ ପ୍ରତୁଶୃତି ପତ୍ର ଶେରଗଡ ଅଙ୍ଗନୱାଡିର କର୍ମକର୍ତ୍ତାଙ୍କୁ ଦେବା ପରେ, ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି ସଙ୍ଘଠନ ସଭାନେତ୍ରୀ ରଞ୍ଜିତା ରଥ ଘୋଷଣା କରିଛନ୍ତି । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.