ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ।

0 70

ଭୁବନେଶ୍ବର,୧୩/୦୫: ରାଜ୍ୟରେ ପ୍ରଥମ ପର୍ଯ୍ଯାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଶ୍ରୀ ଧଳ କହିଛନ୍ତି, ୩ ଜଣ ମଧ୍ଯରୁ ଦୁଇ ଜଣଙ୍କୁ ଗିରଫ କରାଯିବ। ଛତ୍ରପୁର ୨୭ ନମ୍ବର ଓ  ୧୬୩ ନମ୍ବର ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ଗିରଫ ହେବେ। ଗୋପାଳପୁର ନିର୍ବାଚନ ମଣ୍ଡଳୀର ୧୯୩ ନମ୍ବର ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ।

Leave A Reply

Your email address will not be published.