ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ସେବାର ଉଦ୍‌ଘାଟନ କଲେ ଗଞ୍ଜାମ ଜିଲ୍ଲାପାଳ ।

0 783

ଛତ୍ରପୁର, ତା-୨୧/୦୭(ପିପିଟି) ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ପ୍ଲାଜମା ଥେରାପି ସେବାର ଉଦ୍ଘାଟନ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସରରେ ଏହି ସେବାର ଉଦ୍‌ଘାଟନ କରାଯାଇଛି । ଏହି ପ୍ଳାଜମା ଥେରାପି ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି କରାଯିବ । ଗତକାଲି ଗଞ୍ଜାମ ଜିଲ୍ଲା ସକାଶେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ Transfusion Medicine Department ର ୬  ୟୁନିଟ୍ Convalescent Plasma ଗ୍ରହଣ କରାଯାଇଥିଲା । ଏହାକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର Transfusion Medicine Departmentରେ ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ Deep Freezer ରେ ଗଚ୍ଛିତ ରଖାଯାଇଛି । ଆଜି ସକାଳେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୁନା Cross Matching କରାଯାଇଥିଲା । ଜିଲ୍ଲାପାଳ ଉଦ୍ଘାଟନ ପରେ ୩ ୟୁନିଟ୍  Convalescent Plasma  ଟାଟା କୋଭିଡ୍ ହସ୍ପିଟାଲ୍, ଶୀତଳାପଲ୍ଲୀକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେହିଠାରେ ପ୍ଲାଜମା ନିୟମ ପ୍ରକାରେ ଆବଶ୍ୟକ କରୁଥିବା ୩ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଦିଆଯାଇଅଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ହୋଇ ଅଧିକ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି । Aphersis machine ଆସିବା ପରେ ଏହି ଜିଲ୍ଲାର ସୁସ୍ଥ ହୋଇ ଫେରିଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କର Convalescent Plasma  ସଂଗ୍ରହ କରାଯିବାର ଯୋଜନା ରହିଛି, ଯାହା ଫଳରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହୋଇପାରିବେ । ଏହି ଉଦ୍‌ଘାଟନୀ  ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ମେଡିକାଲ୍ କଲେଜ୍ ଅଧ୍ୟକ୍ଷ ଦୀପ୍ତିମୟୀ ତ୍ରିପାଠୀ, ଅଧୀକ୍ଷକ ପ୍ରଫେସର୍ ସନ୍ତୋଷ ମିଶ୍ର ଅତିରିକ୍ତ ଅଧୀକ୍ଷକ ପ୍ରଫେସର କିରଣ ପଟ୍ଟନାୟକ, କୋଭିଡ୍ ନୋଡାଲ୍ ଅଧିକାରୀ ତଥା ଜିଲ୍ଲା ଚିକିତ୍ସା ମୁଖ୍ୟ ଅଧିକାରୀ ଉମା ଶଙ୍କର ମିଶ୍ର, ବ୍ଲଡ୍ ବ୍ୟାଙ୍କର ଡଃ ସୁସ୍ମିତା ବେହେରା, ଡଃ ଜୟନ୍ତ ମିଶ୍ର ଏବଂ ଡଃ ପ୍ରସନ୍ନ ରଥ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.