ଶେରଗଡ଼,୦୫/୦୮(ପିପିଟି); ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭୋର ସକାଳୁ ବ୍ଲକ ଅଫିସରେ ପହଞ୍ଚି ସମୀକ୍ଷା ବୈଠକ କରିଥିଲେ। ଏହା ପରେ ସେ ପ୍ରଥମେ ଶେରଗଡ଼ ମହାତ୍ମା ଗାନ୍ଧୀ ହାଇସ୍କୁଲ,ଓ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଢ଼ିଙ୍କିସାଳ,କୁଲାଗଡ଼, କରଡ଼ାକଣା,ଧବଳ ପୁର, ନରେନ୍ଦ୍ରପୁର ,ପିତଳ ସହ ୨୮ ଟି ସ୍ମାର୍ଟକ୍ଲାସ ରୁମ ପରିଦର୍ଶନ କରିଥିଲେ।ଏହା ସହ ଏହି ମାସ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆ ରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲେ ସୁଦ୍ଧା କ୍ଲାସ ରୁମ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ୧୦ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ଗୋଷ୍ଠି ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଓ ଯନ୍ତ୍ରୀଙ୍କ ସହ ଅନେକ ସରକାରୀ ଅଧିକାରୀ ଉପସ୍ଥିତି ଥିଲେ ।
(ରିପୋର୍ଟ- ଭିକୁ ନାୟକ। )