ଗଞ୍ଜାମରେ ୭ଦିନରେ କାର୍ଯ୍ଯକ୍ଷମ ହେବ କୋଭିଡ୍ – ୧୯ ହସ୍ପିଟାଲ

0 286

ଛତ୍ରପୁର,(ପିପିଟି ନ୍ଯୁଜ୍ଗ)୨୮/୦୩-ଞ୍ଜାମ ଜିଲାରେ ଥିବା ଟାଟା ମେମୋରିଆଲ ହସ୍ପିଟାଲକୁ କୋଭିଡ -୧୯ ହସ୍ପିଟାଲରେ ପରିଣତ କରାଯିବ। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ରାଜ୍ୟ ସରକାର ୨ଟି ଘରୋଇ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ କରିବାକୁ ଚୁକ୍ତି କରିଛନ୍ତି। ଟାଟା ହସ୍ପିଟାଲରେ ୨୦୦ ଶଯ୍ୟା ରହିବ। ଭେଣ୍ଟିଲେଟର ଓ ୪୦ ଆଇସିୟୁ ବ୍ୟବସ୍ଥା ଅଛି। ଅକ୍ସିଜେନ, ଆବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ ଦେଇଛନ୍ତି। ବ୍ରହ୍ମପୁର ବଡ ମେଡିକାଲର ଡାକ୍ତରଙ୍କୁ ନେଇ ଉକ୍ତ କୋଭିଡ -୧୯ ହସ୍ପିଟାଲ ପରିଚାଳିତ ହେବ। ଶୁକ୍ରବାର ରାତିରେ ଜିଲାପାଳ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ,ଏମ୍‌କେସିଜି ଡାକ୍ତର ସେଠାରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଛତ୍ରପୁର, ହିଞ୍ଜିଳି ହସ୍ପିଟାଲ, ବ୍ରହ୍ମପୁରର ବିଜୁ ପଟ୍ଟନାୟକ ହୋମିଓପାଥି ହସ୍ପିଟାଲରେ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡ ଖୋଲିସାରିଛି । ଟାଟା ମେମୋରିଆଲ୍ ହସ୍ପିଟାଲ ରାଜ୍ୟର ତୃତୀୟ କୋଭିଡ୍ -୧୯ ହସ୍ପିଟାଲ ହେବ ।

Leave A Reply

Your email address will not be published.