ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୭୧ ରେ ପହଞ୍ଚିଲା ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୭୧ ଛୁଇଁଲା ।

0 4,072

ଭୁବନେଶ୍ଵର ,(ପିପିଟି)୦୮/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୭୧ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫୨୯୭୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୨୭୧ ଚିହ୍ନଟ ହୋଇଛନ୍ତି । ୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର  ଏହି ନୂଆ ଆକ୍ରାନ୍ତ ସବୁ  ଗୁଜୁରାଟ ଲିଙ୍କ୍  ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ରେଡ୍ ଜୋନକୁ ଆସିଯାଇଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନକୁ  ଆସିଯାଇଛି । ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡା ଶ୍ରୀ ଗୁପ୍ତେଶ୍ବର ନୋଡାଲ ବିଦ୍ଯାପୀଠ କ୍ବାରେଣ୍ଟାଇନ୍ ସେଣ୍ଟର ରେ ଜଣଙ୍କ ମୃତ୍ୟୁ ଘଟିଛି ।ତାର କାରଣ ଅସ୍ପଷ୍ଟ ରହିଛି ।
ରିପୋର୍ଟ – ରୁଚିସ୍ମିତା ପଟ୍ଟନାୟକ

Leave A Reply

Your email address will not be published.