ବ୍ରହ୍ମପୁର,(ପିପିଟି)୦୭/୦୫ ,ଗଞ୍ଜାମ ଜିଲ୍ଲାରେ ଆଉ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୮ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫୦୫୧୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜେଟିଭ ୨୦୫ ଚିହ୍ନଟ ହୋଇଛନ୍ତି । ୬୨ଜଣ ସୁସ୍ଥ ହୋଇଥିବା ବେଳେ ୧୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର ଏହି ନୂଆ ଆକ୍ରାନ୍ତ ସବୁ ଗୁଜୁରାଟ ଲିଙ୍କ୍ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ରେଡ୍ ଜୋନକୁ ଆସିଯାଇଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ରହିଛି ।
ରିପୋର୍ଟ – ଏସ୍ ବିଜୟଲକ୍ଷ୍ମୀ