ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୧୦ ରେ ପହଞ୍ଚିଲା,ଏଥିସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୫୩୮ ଛୁଇଁଲା ।

0 912

ଭୁବନେଶ୍ଵର ,(ପିପିଟି)୧୩/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୧୦ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬୮୦୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୫୩୮ ଚିହ୍ନଟ ହୋଇଛନ୍ତି । ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ରେଡ୍ ଜୋନ ରହିଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ୨୧୦,ବାଲେଶ୍ବର ୯୦,ଯାଜପୁର ୭୧,ଖୋର୍ଦ୍ଧା ୫୦,ଭଦ୍ରକ ୩୧,ସୁନ୍ଦରଗଡ ୨୩,ଅନୁଗୁଳ ୧୫,କେନ୍ଦ୍ରାପଡା ୯ ଏହି ଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଗଞ୍ଜାମରେ ଟାଟା ମେମୋରିଆଲ୍ କୋଭିଡ଼ ୧୯ ରେ ୨୦୦ ଶଯ୍ଯା ସୁବିଧା ଥିବା ବେଳେ ବର୍ତ୍ତମାନ ସଂଖ୍ୟା ୨୧୦ ଛୁଇଁଲା ।ଅନ୍ୟ କୋଭିଡ୍ ହସ୍ପିଟାଲ ବିଷୟରେ ଆଲୋଚନା କରି ପ୍ରସ୍ତୁତ କରିବା ପୂର୍ବରୁ ସଂଖ୍ୟା ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି ।

Leave A Reply

Your email address will not be published.