ଖବର କାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ଶୁଭାରମ୍ଭ ।

0 367

ଛତ୍ରପୁର ,୨୩/୧୨(ପିପିଟି): ଆଜି ପୂର୍ବାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଓଡିଶାର ସମସ୍ତ ଖବର କାଗଜ ହକର ମାନଙ୍କ ସକାଶେ ସାମାଜିକ ସୁରକ୍ଷାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଖବର କାଗଜ ହକର ଗଣଙ୍କ ପାଇଁ ଏହି ସାମାଜିକ ସୁରକ୍ଷା ଯୋଜନା । ଜନ ସାଧାରଣ ଦେଶ ବିଦେଶର ଖବର ଜାଣିବା ସକାଶେ ପ୍ରତ୍ୟେକ ଦିନ ସକାଳୁ ଖବର କାଗଜ କୁ ଅପେକ୍ଷା କରିଥାନ୍ତି । ଖବର କାଗଜ ହକର ଗଣ ବହୁ ପରିଶ୍ରମ କରି ଖରା, ବର୍ଷା, ଶୀତକୁ ଖାତିର ନକରି ପ୍ରତିଦିନ ନିଜର ଦାଇତ୍ୱ ସମ୍ପାଦନା କରି ଆସୁଛନ୍ତି । ସେମାନଙ୍କ ଶ୍ରମ ଯୋଗୁଁ ଜନସାଧାରଣ ଗଣ ଦେଶ ବିଦେଶର ଖବର ସହିତ ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟ ପାଇଥାନ୍ତି । ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭରମ୍ବ କରି ସମସ୍ତ ଖବର କାଗଜ ହକର ମାନଙ୍କ ଜମାଖାତାକୁ ୬୦୦୦ ହଜାର ଟଙ୍କା ଲେଖାଁଏ ସିଧା ସେମାନଙ୍କ ଜମାଖାତାରେ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିରେ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର ଏବଂ ଗଞ୍ଜାମ ଅଞ୍ଚଳର ଖବର କାଗଜ ହକରଗଣଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଖବର କାଗଜ ହକର ମାନଙ୍କ ମଧ୍ୟରେ କେ. ରମେଶ, ବ୍ରଜ ବନ୍ଧୁ ରାଉଳ, ଭୁବନେଶ୍ୱର ସାହୁ, ନିରଞ୍ଜନ ଦାଶ,ସୂର୍ଯ୍ୟ ନାରାୟଣ ଶତପଥୀ, ହରି କୃଷ୍ଣ ପାଢ଼ୀ, ସନ୍ତୋଷ କୁମାର ପାଣିଗ୍ରାହୀ, ପି. ଭେଙ୍କଟ ରାଓ, ଶଙ୍କର ବେହେରା, ଧନୁର୍ଯ୍ୟୟ ବେହୁରୁକ,ଏସ.ପୂର୍ଣ୍ଣ ଚନ୍ଦ୍ର ଦୋରା,ସିଏଚ. ପ୍ରମୋଦ କୁମାର ପାତ୍ର, ସାଗର କୁମାର ବେହେରା, ଅମୀୟ କୁମାର ଚୌଧୁରୀ ଓ ସୁକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର ୪୨୨ ଜଣ ଖବର କାଗଜ ହକର ପଞ୍ଜିକୃତ ହୋଇଛନ୍ତି, ସେମାନଙ୍କୁ ପରିଚୟ ପାତ୍ର ପ୍ରଧାନ କରାଯଇଥିଲା । ଆଜିର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଉପ-ନିର୍ଦେଶକ ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୁରୁବୀର ସିଂ,ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.